୧୬ ରାଜ୍ୟ ପାଇଁ ୫୬ ହଜାର ୪୧୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର । ଓଡିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ।

ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୩-୨୪

6,625

କନକ ବ୍ୟୁରୋ: ଓଡିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ମଞ୍ଜୁର । ପୁଞ୍ଜିନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୩-୨୪ ଅଧୀନରେ ଏହି ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ ବ୍ୟୟବିଭାଗ ଦ୍ୱାରା ଚଳିତ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ ୫୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ବିଦ୍ୟୁତ୍ ଶକ୍ତି, ସଡକ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ରାଜ୍ୟ ଭାଗ ପୂରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଇଛି । ମଧ୍ୟପ୍ରଦେଶକୁ ସର୍ବାଧିକ ୭ ହଜାର ୮୫୦ କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର ।