ଜିଡିପିର ବିଶ୍ୱ ରାଙ୍କିଙ୍ଗରେ ସପ୍ତମ ସ୍ଥାନକୁ ଖସିଆସିଲା ଭାରତ : ପ୍ରଥମରେ ସ୍ଥାନରେ ଆମେରିକା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଖସିଲା ଜିଡିପି ହାର

178

କନକ ବ୍ୟୁରୋ : ଜିଡିପିର ବିଶ୍ୱ ରାଙ୍କିଙ୍ଗରେ ସପ୍ତମ ସ୍ଥାନକୁ ଖସିଆସିଲା ଭାରତ । ଆର୍ଥିକ ବର୍ଷ ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କର ଗ୍ରୋଥ ରେଟ ରିପୋର୍ଟ ଅନୁଯାୟୀ ଭାରତ ସପ୍ତମ ସ୍ଥାନରେ ରହିଥିବାବେଳେ ବ୍ରିଟେନ,ଫ୍ରାନ୍ସ ପଂଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ୨୦୧୭ ଆର୍ଥିକ ବର୍ଷରେ ଭାରତ ଫ୍ରାନ୍ସକୁ ପଛରେ ପକାଇବାରେ ସଫଳ ହୋଇଥିଲା । ହେଲେ ଏଥର ଭାରତ ବିଫଳ ହୋଇଛି । ଜିଡିପି ମାମଲାରେ ଆମେରିକା ସବୁଠୁ ଆଗରେ ରହିଛି । ୨୦୧୮ରେ ଆମେରିକାର ଜିଡିପି ହାର୨୦.୫ ଟ୍ରିଲିୟନ ଡଲାର ରହିଛି । ତେବେ ଆମେରିକା ପଛକୁ ରହିଛି ଚୀନ ।

source:
jagran.com

୧୩.୬ ଟ୍ରିଲିୟନ ଡଲାର ଜିଡିପି ହାର ସହ ଚୀନ ଦ୍ୱିତୀୟ ସ୍ଥାନ ହାସଲ କରିଛି । ୫ଟ୍ରିଲିୟନ ଡଲାର ସହ ଜାପାନ ତୃତୀୟ ସ୍ଥାନରେ ଓ ୨.୮ ଟ୍ରିଲିୟନ ଡଲାର ସହ ବ୍ରିଟେନ ଓ ଫ୍ରାନ୍ସ ପଂଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ୨.୭ ଟ୍ରିଲିୟନ ଡଲାର ସହ ତାଲିକାର ସାତ ନମ୍ବରରେ ରହିଛି ଭାରତ । ୨୦୧୭ରେ ଭାରତର ଜିଡିପି ହାର ୨.୬୫ ଟ୍ରିଲିୟନ ଡଲାର ରହିଥିଲା । ଆଉ ସେତେବେଳ ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପି ହାର ଥିଲା ୨.୬୪ ଟ୍ରିଲିୟନ ଡଲାର । ଭାରତୀୟ ମୂଦ୍ରାର ଉତଥାନ ପତନ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି ।