କେନ୍ଦୁଝରରେ ୨୨ ଜଣ ପଂଚାୟତ ସମିିତି ସଭ୍ୟଙ୍କ ସମୂହ ଇସ୍ତଫା

32

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ବ୍ଲକର ୨୨ ଜଣ ପଂଚାୟତ ସମିିତି ସଭ୍ୟ ଆଜି ସମୂହ ଇସ୍ତଫା ଦେଇଛନ୍ତି । ବ୍ଲକରେ ସମୁଦାୟ ୨୩ ଜଣ ସମିତି ସଦସ୍ୟଙ୍କୁ ମଧ୍ୟରୁ ୨୨ ଜଣ ସଦସ୍ୟ ବିଡିଓଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଚମ୍ପୁଆ ବ୍ଲକର ବିଡିଓଙ୍କ ମନମୁଖି କାର୍ଯ୍ୟର ପ୍ରତିବାଦ କରି ବ୍ଲକ ଚେୟାରମ୍ୟାନଙ୍କ ସମେତ ୨୨ ଜଣ ସଭ୍ୟ ଦେଇଛନ୍ତି ଇସ୍ତଫା । ବ୍ଲକକୁ ଆସୁଥିବା ବିଭିନ୍ନ ଯୋଜାନାରେ ବିଡିଓ ମନମୁଖୀ କାର୍ଯ୍ୟ କରିବା ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି ।