ଦେଶରେ ୨ ହଜାର ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା : ମହାରାଷ୍ଟ୍ରରୁ ସର୍ବାଧିକ; ସେପଟେ, ଓଡିଶାରୁ ୩ ସୁସ୍ଥ

97

କନକ ବ୍ୟୁରୋ : ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ୨ ହଜାର ୧୩୫ ଲୋକ ସଂକ୍ରମିତ ହୋଇଛନ୍ତି । ୨୪ଘଣ୍ଟାରେ ୨୪୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ମହାରାଷ୍ଟ୍ରରୁ ସର୍ବାଧିକ ୬୫୩ ଓ ଦିଲ୍ଲୀରେ ୪୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ । ଓମିକ୍ରନରୁ ୮୨୮ ଜଣ ସୁସ୍ଥ ହେଲେଣି । ଓଡିଶାରେ ମୋଟ ୩୭ ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଆଉ ଜଣେ ସୁସ୍ଥ ହୋଇସାରିଥିଲେ । ତେବେ  ଓଡିଶାରୁ ମୋଟ୍ ୪ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।

ସେପଟେ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତ ବୃଦ୍ଧି ପାଇଛି । ୨୪ ଘଂଟାରେ ୫୮ ହଜାର ୯୭ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହିତ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । ବର୍ତମାନ ଦେଶରେ ଆକ୍ଟିଭ ମାମଲା ୨ ଲକ୍ଷ ୧୪ ହଜାର ୦୪ ରହିଛି ।

ଦେଶରେ ବଢୁଛି କରୋନା : –

ଜାନୁଆରୀ ୦୧ : ୨୨, ୭୭୫
ଦୈନିକ ସଂକ୍ରମଣ ବୃଦ୍ଧି : ୩୫%
ଜାନୁଆରୀ ୦୨ : ୨୭, ୫୫୩
ଦୈନିକ ସଂକ୍ରମଣ ବୃଦ୍ଧି :୨୧%
ଜାନୁଆରୀ ୦୩ : ୩୩, ୭୫୦
ଦୈନିକ ସଂକ୍ରମଣ ବୃଦ୍ଧି : ୨୨.୫%
ଜାନୁଆରୀ ୦୪ : ୩୭, ୩୭୯
ଦୈନିକ ସଂକ୍ରମଣ ବୃଦ୍ଧି : ୩. ୨୪%
ଜାନୁଆରୀ ୦୫ : ୫୮, ୦୯୭
ଦୈନିକ ସଂକ୍ରମଣ ବୃଦ୍ଧି :୫୫.୪%