Daily Archives

November 5, 2018

ନେତାଙ୍କୁ ଗାଁରେ ପୂରାଇ ଦେବୁ ନାହିଁ !

କନକ ବ୍ୟୁରୋ : ରାଜଧାନୀରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ । ପ୍ରାଇସ୍, ପ୍ରେସଷ୍ଟିଜ୍ ଓ ପେନସନ୍ ଦାବିରେ ଆଜି ଭୁବନେଶ୍ୱରରେ ବିଶାଳ ପ୍ରତିବାଦ କରିଛନ୍ତି ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ଏକାଥରକେ ମାଡ଼ି ଆସିବାରୁ ଏମାନଙ୍କୁ ପୁଲିସ୍ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଛି…

କ୍ରିକେଟ୍ କ୍ରେଜକୁ ପଛରେ ପକାଇଲା ହକି ! ବିଶ୍ୱକପ୍ ଟିକେଟ୍ ପାଇଁ ଘଂଟାଘଂଟା ଧାଡିରେ ଛିଡା ହେଲେ କ୍ରୀଡାପ୍ରେମୀ ।

କନକ ବ୍ୟୁରୋ : ହକି ପାଇଁ କ୍ରିକେଟ୍ ଭଳି କ୍ରେଜ୍ । ରାଜଧାନୀରେ ବିଶ୍ୱକପ୍ ହକିର ଉତ୍ସାହ । ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ହୋଇସାରିଥିବା ବେଳେ ଆଜିଠୁ କାଉଁଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ବହୁ ଦୂରରୁ ଶହ ଶହ ହକି ପ୍ରେମୀ ଆସି ଘଂଟା ଘଂଟା ଧରି ଲାଇନରେ ଠିଆ ହୋଇ ଟିକେଟ୍…

ପାଖଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା : ଘୋଷଣା ହେଲା ତାରିଖ । ଜାନୁୟାରୀ ୧୧ରୁ ଆରମ୍ଭ

କନକ ବ୍ୟୁରୋ : ପାଖେଇଲାଣି ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟି ଏହି ତାରିଖ ଚୟନ କରିଛି । ବୈଠକରେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି…

କାର୍ତ୍ତିକ ମାସରେ ମହଙ୍ଗା ହେଲା ଅବଢ଼ା ଦର ।

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ମହାପ୍ରସାଦ ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଜି ପୁରୀ ଆସିଥିବା ଭକ୍ତ । କାର୍ତ୍ତିକମାସର ଆଜି ସୋମବାର ହୋଇଥିବାରୁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଗହଳି ଦେଖିବାକୁ ମିଲିଥିଲା ।…

ମହାବଳ ମୃତ୍ୟୁ! ଶିକାରୀ ମାନିବା ପରେ ମଧ୍ୟ କାହିଁକି ମାନୁନାହାନ୍ତି ଡିଏଫଓ ?

କନକ ବ୍ୟୁରୋ : ଶିକାରୀ ମାନିଲେ, ଡିଏଫଓ ମାନୁନାହାନ୍ତି । ଡେବ୍ରିଗଡ ମହାବଳ ବାଘ ମୃତ୍ୟୁ ଘଟଣାକୁ ସ୍ୱୀକାର କରୁନାହାନ୍ତି ବରଗଡ ଡିଏଫଓ ଅଭୟ ଦଳେଇ । ପ୍ରଥମେ ବିନା ତଦନ୍ତରେ ରିପୋର୍ଟ ଦେଲେ ପରେ ଜଙ୍ଗଲ ମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲେ ଯେ, ଡେବ୍ରିଗଡ ଜଙ୍ଗଲରେ ମହାବଳ ମରିନାହିଁ ବରଂ…

୧୦୦% ବିଦ୍ୟୁତକରଣ ସ୍ୱପ୍ନ ନା ବାସ୍ତବତା ? ଆଜି ବି ବିଦ୍ୟୁତ ସେବାରୁ ବଞ୍ଚିତ କନ୍ଧମାଳର ଗାଁ ।

କନକ ବ୍ୟୁରୋ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ ପହଞ୍ଚିଥିବା କହୁଥିବା ବେଳେ ଆଜିବି ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ଆନ୍ଦାରିପାଙ୍ଗା ଗ୍ରାମବାସିନ୍ଦା । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ପାଡାଙ୍ଗି ପଞ୍ଚାୟତରେ ଏହି ଗ୍ରାମ ଅବସ୍ଥିତ । ଯେଉଁଠି ସଞ୍ଜ ନଇଁଲେ…