ଫୁଲୁଛି ମହାନଦୀ, ବଢୁଛି ବିପଦ : ଆଠଗଡ଼ ବ୍ଲକର ୨୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା

107

କନକ ବ୍ୟୁରୋ : ଫୁଲୁଛି ମହାନଦୀ । ବଢୁଛି ବିପଦ । ମହାନଦୀରେ ବନ୍ୟାଜଳ ଆସିବା ଫଳରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି । ପୁରୁଣାକଟକ ସମ୍ବଲପୁର ରାସ୍ତାର ଦହିସରା ମଧୁପୁର ଠାରେ ୩ଫୁଟ ଓ ଘଂଟିଖାଲ ନିଧିପୁର ଗଡ଼ାରେ ୩ଫୁଟ ପାଣି ପ୍ରବାହିତ ହେଉଛି । ସେହିପରି ଉତ୍ତରବାଙ୍କୀ ବ୍ଲକର ହୁଳୁହୁଳା ପୋଲ ଉପରେ ମଧ୍ୟ ବନ୍ୟା ପାଣି ପ୍ରବାହିତ ହେଉଛି ।

ଶହ ଶହ ଏକର ଚାଷ ଜମିରେ ମଧ୍ୟ ବନ୍ୟାଜଳ ମାଡ଼ିଯାଇଛି । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବନ୍ୟା ପାଣି ଯୋଗୁ ଯାତାୟତ ବାଧାପ୍ରାପ୍ତ ସମ୍ପୂଣ୍ଣ ଠପ୍ ହୋଇଯାଇଛି । ମହାନଦୀର ପଛୁଆ ପାଣି ପଶିବା ଫଳରେ ଉତ୍ତରବାଙ୍କୀ ବ୍ଲକର ୩ଟି ଓ ତିଗିରିଆ ବ୍ଲକର ୬ଟି ପଞ୍ଚାୟତ ସହ ଆଠଗଡ଼ ବ୍ଲକର ୨୦ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି ।