ନକଟିପାଲ ନାଳରୁ କାର ସହ ଉଦ୍ଧାର ହେଲା ୨ ମୃତଦେହ । ଗତକାଲି ରାତିରେ ଯିବା ବେଳେ ନାଳରେ କାର ସହ ଭାସିଯାଇଥିଲେ ଯାତ୍ରୀ ।

330

କନକ ବ୍ୟୁରୋ : କୁଚିଣ୍ଡା ଅଞ୍ଚଳରେ ପାଣିରେ ଭାସିଯାଇ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ କାର ସହ ପାଣିରେ ଭାସିଯାଇଥିବା ଦୁଇ ବ୍ୟକ୍ତିଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧିନ ଫାଶୀମାଲରୁ ଲାଇଡା ଯିବା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରେ ପାଣି ସ୍ରୋତ ଥିବା ସେମାନେ କାର ନେଇ ଯାଉଥିଲେ । ବ୍ରିଜ୍ ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ସେମାନେ କାର ସହ ଭାସିଯାଇଥିଲେ । ତେବେ କାରରୁ ସେମାନେ ବାହାରି ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଗତକାଲି ରାତିରେ କାର ଭାସିଯିବା ପରେ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ତେବେ ଆଜି ଭୋରରୁ ବ୍ରିଜ୍ ଠାରୁ ୨ ଶହ ମିଟର ଦୂରରେ କାର ସହ ଦୁଇ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ଗୁଣ୍ଡୁରୁଚୁଆଁ ଗାଁର ପ୍ରତାପ ପଲେଟ ଓ ତାପସ ନାୟକ ।