ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଭୁସ୍ଖଳନ ପାଇଁ ଗଲାଣି ୨୨ ଜଣଙ୍କ ଜୀବନ, ଧୋଇ ହୋଇଯାଇଛି ଏକାଧିକ ବ୍ରିଜ୍ ।

114

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି ବାଦଲ ଫଟା ବର୍ଷା । ବନ୍ୟା ଓ ଭୁସ୍ଖଳନ ଯୋଗୁ ଗଲାଣି ୨୨ ଜଣଙ୍କ ଜୀବନ । ଚମ୍ବା ଓ ମଣ୍ଡି ଜିଲ୍ଲାରେ ୧୫ ଜଣ ନିଖୋଜ ଅଛନ୍ତି । ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇବାରୁ ହମିରପୁରରେ ୧୨ଟି ଘର ଭାସି ଯାଇଛି । ଏଠାରେ ରହୁଥିବା ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଭୁସ୍ଖଳନ ଯୋଗୁଁ ଚଣ୍ଡିଗଡ଼-ମନାଲି ୨୧ ନମ୍ବର ରାଜପଥ ସମେତ ଅନେକ ରାଜପଥ ବନ୍ଦ ହୋଇଯାଇଛି । ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହୋଇଛି । ଗୋହର ଗାଁ ନିକଟରେ ପାହାଡ ଧସିବାରୁ ଗୋଟିଏ ପରିବାରର ୧୦ ଜଣ ପଥର ଓ ମାଟି ଭିତରେ ଚାପି ହୋଇ ଯାଇଛନ୍ତି । ସେଠାରୁ ଜଣେ ମହିଳା ଓ ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଆହୁରି ୮ ଜଣ ନିଖୋଜ ଅଛନ୍ତି । ବର୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେପଟେ ଉତରାଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ମଧ୍ୟ ବାଦଲଫଟା ବର୍ଷା ହୋଇଥିବା ଜଣାପଡ଼ିଛି ।