୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ! ସେମାନଙ୍କ ଦୋଷ ଥିଲା ଏତିକି ଯେ…

277

କନକ ବ୍ୟୁରୋ: ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନେ ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ହେଲେ ଭାଗ୍ୟ ସେମାନଙ୍କ ସାଥ୍ ଦେଇଥିଲା । ମୃତ୍ୟୁରୁ ବଞ୍ଚିଯାଇଥିଲେ ହେଲେ ସେମାନଙ୍କ ସ୍ୱାସ୍ଥ୍ର‌୍ୟ ଖରାପ ହୋଇଯାଇଥିଲା । ଏବେ ଏହି ସତ ସାମ୍ନାକୁ ଆସିବା ପରେ ଇରାନରେ ଉତ୍ତେଜନା ଦେଖାଦେଇଛି ।

ଇରାନ୍ ନ୍ୟାସନାଲ ଷ୍ଟୁଡେଣ୍ଟ ଆସୋସିଏସନ୍ ତଥ୍ୟ ଅନୁସାରେ, ପାଖାପାଖି ୧୨୦୦ ଛାତ୍ରଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା । ଏହାଦ୍ୱାରା ସେମାନଙ୍କର ଫୁଡ୍ ପଏଜନିଙ୍ଗ ହେବା ସହ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥିଲା । ଏହି ଘଟଣାକୁ ନେଇ ଛାତ୍ର ସଙ୍ଗଠନଗୁଡିକ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଅନ୍ୟ କିଛି ସରକାରୀ କଲେଜ ଓ ୟୁନିଭର୍ସିଟିିର ଛାତ୍ରଛାତ୍ରୀ ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି ।