୧୨ ବର୍ଷର ପୁଅକୁ ଝୁଣିଦେଲେ ବୁଲା କୁକୁର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଗଲା ଜୀବନ ।

300

କନକ ବ୍ୟୁରୋ: ଆଜିକାଲି ବୁଲା କୁକୁରଙ୍କ ଆକ୍ରମଣରେ ପିଲାମାନେ ଗୁରୁତର ହେବା ଏପରିକି ମୃତ୍ୟୁମୁଖରେ ପଡିବା ଭଳି ଖବର ବାରମ୍ବାର ସାମ୍ନାକୁ ଅସୁଛି । ଏଭଳି ଆଉ ଏକ ଦୟନୀୟ ଘଟଣା ଘଟିଛି ବରେଲିରେ ।

୧୨ ବର୍ଷର ପୁଅ ଆୟାନ ଖେଳିବାକୁ ଯାଇ ଫେରୁଥିବା ସମୟରେ ତାକୁ ଘେରିଯାଇଥିଲେ କିଛି ବୁଲା କୁକୁର । ଘେରିଯାଇ କାମୁଡିଲାବେଳକୁ ଆୟାନ ଦୌଡିବାକୁ ଆରମ୍ଭ କରିଥିଲା । ହେଲେ କିଛି ବାଟ ଯାଇ ପଡିଯିବାରୁ ପୁଣି ଥରେ କାମୁଡିଥିଲେ । ଆୟାନର ଚିକ୍ରାର ଶୁଣି ଜଣେ ଯୁବକ ପାଖ ଲୋକଙ୍କୁ ଡାକି ଆଣିବା ବେଳକୁ ଆୟାନ ରକ୍ତାକ୍ତ ହୋଇଯାଇଥିଲା । କୁକୁରଙ୍କୁ ଘଉଡାଇବା ବେଳକୁ ଆୟାନର ଅବସ୍ଥା ଗୁରୁତର ହୋଇଯାଇଥିଲା । ତାକୁ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଥିଲେ ବି ସେଠାରେ ଆୟାନର ମୃତ୍ୟୁ ହୋଇଥିଲା ।