ଦିନକ ପାଇଁ ଜିଲ୍ଲା କମିଶନର ହେଲେ ୧୦ମ ଶ୍ରେଣୀ ଛାତ୍ର: କହିଲେ ଏଭଳି କଥା…

11,053

କନକ ବ୍ୟୁରୋ: ଚା’ ବଗିଚାରୁ ପ୍ରଶାସନିକ ଅଧିକାରୀଙ୍କ ସିଟ୍ । ଆସାମ ଶିବସାଗର ଜିଲ୍ଲାର ଜିଲ୍ଲା ଆୟୁକ୍ତ ହେଲେ ୧୦ମ ଶ୍ରେଣୀ ଛାତ୍ର । ଦିନକ ପାଇଁ ଡିଷ୍ଟ୍ରିକ୍ଟ କମିଶନର ଗାଦିରେ ବସିଲେ ୧୦ମ ଶ୍ରେଣୀ ଛାତ୍ର ଭାଗ୍ୟଦୀପ ରାଜଗଡ । ଜିଲ୍ଲା ବିକାଶ ସମିତିର ସ୍ୱତନ୍ତ୍ର ବୈଠକରେ ଭାଗ ନେଇ ଭାଗ୍ୟଦୀପ କହିଲେ କିଛି ଏଭଳି…

ଜିଲ୍ଲାର କିଛି ଉଦୀୟମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ଗୌରବ ହେବା ପାଇଁ ଉତ୍ସାହିତ କରିବାକୁ ଶିବସାଗର ଜିଲ୍ଲା ପ୍ରଶାସନ ଆୟୋଜନ କରିଥିଲା ‘ ଆରୋହଣ’ କାର୍ଯ୍ୟକ୍ରମ । ଏହି ଅବସରରେ ଖୋଦ୍ ଜିଲ୍ଲା ଆୟୋଗ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମିଶି ବୋକୋଟା ଦେମୁଗିରି ଡ୍ୟୁରିଟିଙ୍ଗ ଠି ଗାର୍ଡେନ୍ ବାସିନ୍ଦା ଛାତ୍ର ଭାଗ୍ୟଦୀପଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ନିଜ କାର୍ଯ୍ୟାଳୟକୁ ପାଛୋଟି ଆଣି ନିଜ ଚେୟାରରେ ବସାଇଥିଲେ । ପୁରା ବୈଠକରେ ଭାଗ ନେଇଥିଲେ ଭାଗ୍ୟଦୀପ । କହିଲେ ସେ ମଧ୍ୟ ଭବିଷଞତରେ ଜଣେ ପ୍ରଶାସନିକ ଅଧିକାରୀ ହେବେ ଏବଂ ନିଜ ଅଞ୍ଚଳ ଓ ପୁରା ସମାଜର ବିକାଶ ଦିଗରେ ନିଜକୁ ଉତ୍ସର୍ଗ କରିବେ ।