ଆଗାମୀ ଦେଢବର୍ଷରେ ୧୦ ଲକ୍ଷ ଚାକିରି ଦେବେ ମୋଦୀ ସରକାର । ଶନିବାର ଆୟୋଜନ ହେଉଛି ମେଗା ନିଯୁକ୍ତି ମେଳା

494

କନକ ବ୍ୟୁରୋ: ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ଦେବେ ମୋଦୀ ସରକାର । ଏଥିପାଇଁ ମେଗା ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ୨୨ ତାରିଖ ଦିନ ୧୨ଟା ବେଳେ ଭିଡିଓ କନଫରେନସିଂରେ ଏହି ନିଯୁକ୍ତି ମେଳାକୁ ଆରମ୍ଭ କରିବେ ମୋଦୀ । ଏହି ଅବସରରେ ୭୫ ହଜାର ନୂଆ ନିଯୁକ୍ତିପତ୍ର ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯିବା ସହ ନବ ନିଯୁକ୍ତଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ବଡଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି ।

ମୋଦୀଙ୍କ ‘ନିଯୁକ୍ତି ମେଳା’

  • ମୋଦୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଖାଲି ଥିବା ପଦବୀ ପୂରଣ ହେଉଛି
  • ମିଶନ୍ ମୋଡରେ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ
  • ଶନିବାର ୭୫ ହଜାର ପଦବୀରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ
  • ଗ୍ରୁପ- ଏ, ଗ୍ରୁପ-ବି (ଗେଜେଟେଡ୍), ଗ୍ରୁପ-ବି (ନନଗେଜେଟେଡ୍) ଓ ଗ୍ରୁପ-ସିରେ ନିଯୁକ୍ତି ଦିଆଯିବ
  • ଏହା ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ଇନସ୍ପେକ୍ଟର, ଷ୍ଟେନୋ, ପିଏ ଭଳି ପଦବୀ ରହିଛି
  • କେନ୍ଦ୍ର ସରକାରଙ୍କ ବିଭାଗଗୁଡିକ ନିଜସ୍ୱ କିମ୍ବା ଏଜେନ୍ସି ଜରିଆରେ ନିଯୁକ୍ତି ପରୀକ୍ଷା କରିଥିଲେ
  • ୟୁପିଏସସି, ଏସଏସସି, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଆଦି ଜରିଆରେ ପରୀକ୍ଷା କରାଯାଇଥିଲା
  • ଗତ ଜୁନରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରେ ଖାଲି ପଦବୀର ସମୀକ୍ଷା କରିଥିଲେ ମୋଦୀ
  • ଦେଢବର୍ଷ ମଧ୍ୟରେ ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦେଇଥିଲେ ନିର୍ଦ୍ଦେଶ