ଅକ୍ଟୋବର ୨୨ରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏକା ସାଙ୍ଗରେ ୭୫ ହଜାର ଯୁବପିଢିଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର ।

718

କନକ ବ୍ୟୁରୋ : ଚାକିରି ଆଶାୟୀ ଥିବା ଯୁବପିଢିଙ୍କୁ ଦୀପାବଳି ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀପାବଳିର ଦୁଇ ଦିନ ପୂର୍ବରୁ ଶନିବାର ଦେଶର ଯୁବତୀ ଯୁବକମାନଙ୍କ ସହ ଭିଡିଓ କନଫେରେନ୍ସି ଯୋଗେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ପୁରା ଶ୍ରେୟ ନେବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ଦେଶର ବିଭିନ୍ନ ସହରରେ କେନ୍ଦ୍ରମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯୋଜନା କରିଛି ବିଜେପି । ଧର୍ମେନ୍ଦ୍ର ପ୍ରଧାନ (ଓଡ଼ିଶା) , ମନସୁଖ ମାଣ୍ଡବ୍ୟ (ଗୁଜରାଟ), ଅଶ୍ୱିନୀ ବୈଷ୍ଣବ (ରାଜସ୍ଥାନ), ପିୟୁଷ ଗୋଏଲ (ମହାରାଷ୍ଟ), ଅନୁରାଗ ଠାକୁର (ଛତିଶଗଡ଼), ନିର୍ମଳା ସୀତାରମଣ (ତାମିଲନାଡୁ), ମହେନ୍ଦ୍ର ପାଣ୍ଡେ (ଉତ୍ତରପ୍ରଦେଶ), ଅର୍ଜୁନ ମୁଣ୍ଡା (ଝାଡଖଣ୍ଡ), ଗିରିରାଜା ସିଂ ବିହାରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର ଅଛି । ତେବେ ନିଯୁକ୍ତିକୁ ନେଇ ସବୁବେଳେ ସମାଲୋଚିତ ହେଉଥିବା ବିଜେପି ଏପରି ଏପରି କାର୍ଯ୍ୟକମ କରି ମାଷ୍ଟରଷ୍ଟ୍ରୋକ୍ ଖେଳିବାକୁ ଯୋଜନା କରିଛି । ସୂଚନାଯୋଗ୍ୟ, ଗତ ବର୍ଷ ଜୁନ ମାସରେ ମୋଦୀ ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅକ୍ଟୋବର ୨୨ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନିକଟରେ ମୋଦୀ ପ୍ରତିଶ୍ରୁତିକୁ ନେଇ ସବୁଠ ବଡ଼ ମିଛ କହି ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ ।

ମୋଦୀଙ୍କ ନିଯୁକ୍ତି ମେଳା

-ଅକ୍ଟୋବର ୨୨ରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ
-ଏହି ନିଯୁକ୍ତି ଡ୍ରାଇଭରେ ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ମିଳିବ ନିଯୁକ୍ତି
-ଏକାସାଙ୍ଗରେ ୭୫ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ବାଂଟିବେ ପ୍ରଧାନମନ୍ତ୍ରୀ
-ଭିଡିଓ କନଫେରେନ୍ସିଂ ଯୋଗ ଶୁଭାରମ୍ଭ କରିବେ ମୋଦୀ
-୩୮ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୁବପିଢିଙ୍କୁ ଦିଆଯିବ ନିଯୁକ୍ତି
-ଗ୍ରୁପ ଏ, ଗୁପ ବି(ଗେଜେଟେଡ), ଗ୍ରୁପ ବି(ଗେଜେଟେଡ ନୁହେଁ), ଗ୍ରୁପ- ସି ଶ୍ରେଣୀର ମିଳିବ ନିଯୁକ୍ତି
-ମିଶନ ମୋଡରେ ୟୁପିଏସସି, ଏସଏସସି, ରେଲୱେ ବୋର୍ଡ ମାଧ୍ୟମରେ କରାଯାଇଥିବା ପରୀକ୍ଷା
-ପ୍ରତିରକ୍ଷା, ରେଳ, ଗୃହ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟରେ ମିଳିବ ଚାକିରି
-ଡାକ ବିଭାଗ, ସିଆଇଏସଏଫ୍, ସିବିଆଇ, କଷ୍ଟମ ବିଭାଗ, ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଚାକିରି ଦିଆଯିବ
-ଗତ ବର୍ଷ ଜୁନ ମାସରେ ମୋଦୀ ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ
-କାର୍ଯ୍ୟକ୍ରମର ଶ୍ରେୟ ନେବାକୁ ବିଜେପିର ପ୍ରୟାସ
-ଓଡ଼ିଶା, ଛତିିଶଗଡ଼, ମହାରାଷ୍ଟ୍ର ସମେତ ୮ ସହରରେ କେନ୍ଦ୍ରମନ୍ତ୍ରୀ କରିବେ ଶୁଭାରମ୍ଭ