କିକ୍ରେଟକୁ ନେଇ ମୁହାଁମୁହିଁ ଭାରତ-ପାକିସ୍ଥାନ । ଭାରତ ସହ ମ୍ୟାଚ୍ ନ ଖେଳିବାକୁ ପାକିସ୍ଥାନର ଚେତାବନୀ

465

କନକ ବ୍ୟୁରୋ : ଏସିଆ କପକୁ ନେଇ ବିସିସସିଆର ସମ୍ପାଦକ ଜୟ ଶାହଙ୍କ ମନ୍ତବ୍ୟ ପରେ ପଡୋଶୀ ତଥା ଚିରପ୍ରତିଦ୍ୱନ୍ଦୀ ପାକିସ୍ଥାନ ସହ ବିବାଦ ବଢିବାରେ ଲାଗିଛି । ଦୁଇ ଦେଶ ଏବେ ମୁହାଁମୁହିଁ ପରିସ୍ଥତିକୁ ଆସିଥିବା ବେଳେ ଭାରତ ସହ ମ୍ୟାଚ ନଖେଳିବାକୁ ଚେତାବନୀ ଦେଇଛନ୍ତି ପାକିସ୍ଥାନର ଏକାଧିକ ଆର୍ନ୍ତଜାତୀୟ ଖେଳାଳୀ । ପାକିସ୍ଥାନର ପୂବର୍ତନ କ୍ୟାପଟେନ ୟୁନିସ୍ ଖାନ, କମରାନ୍ ଆକମଲ, ସାହିଦ ଆଫ୍ରିଦିଙ୍କ ଭଳି କିଛି ଖେଳାଳୀ ଭାରତକୁ ଚେତାବନୀ ଦେଇଛନ୍ତି ।

  • ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ସହ ମ୍ୟାଚ ନଖେଳିବାକୁ କହିଛନ୍ତି କମରାନ୍ ଆକମଲ
  • ଭାରତ ସହ କୌଣସି ସ୍ତରରେ ମ୍ୟାଚ ନଖେଳିବାକୁ ଚେତାବନୀ ଦେଇଛନ୍ତି ପୂବର୍ତନ ଅଧିନାୟକ ୟୁନିସ୍ ଖାନ
  • ଭାରତର କ୍ରିକେଟ ପ୍ରଶାସକଙ୍କ ଅନୁଭବ କମ ରହିଛି କହିଛନ୍ତି ବିସ୍ଫୋରକ ବ୍ୟାଟର ସାହିଦ ଆଫ୍ରିଦି

୨୦୨୩ରେ ପାକିସ୍ଥାନରେ ହେବାକୁ ଥିବା ଏସିଆ କପ ନିରପେକ୍ଷ ସ୍ଥାନରେ କରିବାକୁ ଦାବି କରିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ । ନ ହେଲେ ଭାରତ ମ୍ୟାଚ ଖେଳିବାକୁ ପାକିସ୍ଥାନ ଯିବନି କହିଥିଲେ ଶାହ । ଶାହାଙ୍କ ମନ୍ତବ୍ୟ ପରେ ପିସିବି ଏକ ବିବୃତି ଜାରି କହିଥିଲା, ଏସିଆ କ୍ରିକେଟ କମିଟି ସହ ବୈଠକ ନକରି ଭାରତ ଏଭଳି ବିବୃତି ଦେବା ଠିକ୍ ନୁହେଁ । ଏପରି ହେଲେ ପାକିସ୍ଥାନ ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଯିବ ନାହିଁ ବୋଲି କହିଥିଲା । ଏହାର କଡ଼ା ଜବାବ ଦେଇ କେନ୍ଦ୍ର କୀଡ୍ରାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଭାରତକୁ କେହିଁ ଅଣଦେଖା କରିପାରିବେ ନାହିଁ । ପାକିସ୍ଥାନ ନ ଆସିଲେବି ବିଶ୍ୱର ଅନ୍ୟ ସବୁ ଦେଶ ଭାରତ ଆସିବେ ଏବଂ ବିଶ୍ୱକପ ହେବ ।

କାହଁକି ବିଚଳିତ ପାକିସ୍ଥାନ ?

ଯଦି ଭାରତ ପାକିସ୍ଥାନ ଯାଉନାହିଁ, ତେବେ ପାକିସ୍ଥାନ କ୍ରିକ୍ରେଟ୍ ବୋର୍ଡକୁ ଆର୍ଥିକ ସ୍ତରରେ ବଡ ଧରଣ କ୍ଷତି ସହିବାକୁ ପଡିବ । ଏମିତିକି ପାକିସ୍ଥାନକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବଡ଼ ପ୍ରାୟୋଜକ ମିଳିବା କଷ୍ଟକର ହୋଇପାରେ । ପାକିସ୍ଥାନରେ ଚର୍ଚ୍ଚା ହେଉଛି ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ଥାନ ଆସୁନି, ତେବେ ୨୦୨୩ରେ ଭାରତରେ ହେବାକୁୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ଥାନ ଅଂଶଗ୍ରହଣ ନକରୁ । କିନ୍ତୁ ଏକଥା ସତ, ପାକିସ୍ଥାନ ନଆସିଲେ ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।