ରିଲ ଲାଇଫରେ ହୋଇଛନ୍ତି ଅନେକଙ୍କ ପତ୍ନୀ । କିନ୍ତୁ ରିଅଲ ଲାଇଫରେ କାହିଁକି କଲେନି ବିବାହ ? ଜାଣନ୍ତୁ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀମାନଙ୍କ ବିଷୟରେ । 

50

ରିଲ ଲାଇଫ ଏବଂ ରିଅଲ ଲାଇଫ ଉଭୟ ପରିପୂରକ । ସିନେମାରେ ଦର୍ଶକ ଦେଖୁଥିବା ଘଟଣା ସାଧାରଣର ଜୀବନରେ ଦେଖିବାକୁ ମିଳେ ନାହିଁ । ରିଲ ଲାଇଫରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବାରମ୍ବାର ବିବାହ କରୁଥିବାର ଦେଖିବାକୁ ମିଳିଥାଏ । ଏହା ପ୍ରତ୍ୟେକ ଫିଲ୍ମର କାହାଣୀ ଅନୁସାରେ ହୋଇଥାଏ । କିନ୍ତୁ ରିଅଲ ଲାଇଫରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ,ଯେଉଁମାନେ ରିଲ ଲାଇଫରେ ଅନେକ ଥର ବିବାହ କରିଛନ୍ତି କିନ୍ତୁ ରିଅଲ ଲାଇଫରେ ସେମାନେ ଆଜି ପର୍ଯ୍ୟନ୍ତ ବିବାହ ନକର ରହିଛନ୍ତି  ।

ତବାସୁମ ଫତିମା ହସ୍ମିର ବା ତବୁ-

୪୫ ବର୍ଷୀୟ ଅଭିନେତ୍ରୀ ତବୁଙ୍କର ଅଭିନୟ ସ୍ୱତନ୍ତ୍ର । ଯେଉଁଥିପାଇଁ ସେ ବଲିଉଡରେ ଖ୍ୟାତି ଅର୍ଜନ କରି ପାରିଛନ୍ତି । ସେ ଏଭଳି ଜଣେ ଅଭିନେତ୍ରୀ ଯିଏ ସଂଖ୍ୟା ବୃଦ୍ଧି ପାଇଁ ଫିଲ୍ମକୁ ସାଇନ କରୁନଥିଲେ ବରଂ ଫିଲ୍ମର କାହାଣୀକୁ ନେଇ ଫିଲ୍ମ ସାଇନ କରୁଥିଲେ । ସେ ୧୪ ବର୍ଷ ବୟସରେ ‘ହମ ହୈ ନୌଜବାନ’ରେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିଅରରେ ମାଚିସ, ବିରାସତ, କନ୍ଦୁକୋନ୍ଦେନ,ଚାନ୍ଦନୀ ବାର,ଅସ୍ଥିବା, ମାକବୁଲ,ହାଇଦର ଏବଂ ଦୃଶ୍ୟମ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ୬ଟି ଫିଲ୍ମ ଫେୟାର ପୁରସ୍କାର ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ । ସମସ୍ତଙ୍କ ଭଳି ସେ ମଧ୍ୟ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ । ତାଙ୍କ କହିବା ଅନୁସାରେ ସେ ‘କ୍ୟୁଁ ସେରା ସେରା’ କଥାରେ ବିଶ୍ୱାସ କରନ୍ତି । କିନ୍ତୁ କେବେ ମଧ୍ୟ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ବିଷୟରେ ହେଉଥିବା ପ୍ରଚାରକୁ ସେ ମିଛ ବୋଲି କହିଛନ୍ତି ।

ପର୍ବିନ ବବି

ସେ ୧୯୭୨ରେ ଜଣେ ମଡେଲ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।  ସେ ଚରିତ୍ର,ମଜବୁର, ସୁହାଗ,ନମକ ହାଲାଲ, ଜାନି ଦୋସ୍ତ ଏବଂ ୟେ ନଜଦିକିଆଁରେ ଅଭିନୟ କରିଛନ୍ତି । ହେମା ମାଳିନୀ, ରେଖା ଏବଂ ଜିନତ ଅମନଙ୍କ ଭଳି ସେ ମଧ୍ୟ ଜଣେ ସଫଳତମ ଏବଂ ଉଚ୍ଚସ୍ତରୀୟ ଅଭିନେତ୍ରୀ । ସେ ଏଭଳି ଜଣେ ଅଭିନେତ୍ରୀ ଯାହାଙ୍କ ବ୍ୟତୀତ ମାଗାଜିନରେ ଆଉ କାହାକୁ ଦେଖିବା ଖୁବ କଷ୍ଟ ସାଧ୍ୟ ଥିଲା । ବବିଙ୍କର ମହେଶ ଭଟ୍ଟଙ୍କ ସହିତ ଖୁବ ନିବିଡ଼ ସଂପର୍କ ମଧ୍ୟ ଥିବାର ଦେଖିବାକୁ ମିଳିଥଲା । କିନ୍ତୁ ସେ ହଠାତ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ୧୯୭୯ରେ ମହେଶ ତାଙ୍କୁ ଏକ ଘର କୋଣରେ ଦେଖିବାକୁ ପାଇଥିଲେ, ଏବଂ କେହି ତାଙ୍କୁ ମାରିବାକୁ ଚେଷ୍ଟା କରୁଛି ବୋଲି ସେ ଚିତ୍କାର ମଧ୍ୟ କରୁଥିଲେ । ତେବେ ସେହି ଦିନଠାରୁ ସେ ଅସୁସ୍ଥ ଥିବାର ଦେଖିବାକୁ ମିଳିଥିଲା । ୨୦୦୫ର ତାଙ୍କର ଅଚାନକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଆଶା ପରେଖ-

୧୯୫୨ରେ ଆଶା ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ତାଙ୍କର ବିଚକ୍ଷଣ ଅଭିନୟ ନିର୍ଦ୍ଦେଶକ ବିମଲ ରୟଙ୍କୁ ମୋହିତ କରିଥିଲା । ଆଶା ସମସ୍ତ ପ୍ରସିଦ୍ଧ ଅଭିନେତାଙ୍କ ସହିତ ପ୍ରାୟ ୯୦ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେ ବ୍ୟକ୍ତିଗତ କାରଣ ପାଇଁ ବିବାହ କରିନଥିବା କଥା ମଧ୍ୟ କହିଥିଲେ, ଯାହା ତାଙ୍କୁ ଖୁବ ଆଘାତ ଦେଇଥିଲା ।

ନନ୍ଦା

ସେ ଉଭୟ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଜୋରୁ କା ଗୁଲାମ, ଆକାଶଦୀପ, କାନୁନ, ପତି ପତ୍ନୀ,ଗୁମନାମ ଏବଂ ରାଜା ସାହେବ ଭଳି ପ୍ରତିକ୍ଷିତ ଫିଲ୍ମରେ ନିଜର ଜଲୱା ଦେଖାଇଛନ୍ତି । ଏହା ବ୍ୟତୀତ ବେଷ୍ଟ ସପୋର୍ଟିଙ୍ଗ ଅଭିନେତ୍ରୀ ଭାବରେ ସେ ପୁରଷ୍କାର ମଧ୍ୟ ପାଇଛନ୍ତି । ୧୯୯୪ରେ ଏକ ଦୁର୍ଘଟଣାରେ ତାଙ୍କ ମଙ୍ଗେତରଙ୍କର ମୃତ୍ୟୁ ହେବାପରେ ସେ କେବେ ବିବାହ କରିନଥିଲେ ଏବଂ ୨୦୧୪ରେ ହାର୍ଟ ଆଟାକରେ ପୀଡିତ ହୋଇଥିଲେ ।

ସୁରେୟା

ସେ ଏକାଧାରରେ ଜଣେ ଅଭିନେତ୍ରୀ ଏବଂ ଗୀତିକାର ମଧ୍ୟ ଥିଲେ । ସେ ଏକ ମୁସଲିମ ପରିବାରରେ ଜନ୍ମ ହୋଇଥିଲେ ଏବଂ ଖୁବ କମ ବୟସରେ ୧୯୩୭ରେ ‘ଉସନେ କ୍ୟା ସୋଚା’ ଫିଲ୍ମରେ ଡେବ୍ୟୁ କରିଥିଲେ । ସେ ପ୍ୟାର କି ଜିତ, ଦିଲ ଲଗି, ଅଫସର, ପରୱନା ଏବଂ ବରି ବେହେନ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ସେ ହାଏଷ୍ଟ ପେଡ ଅଭିନେତ୍ରୀ ଥିଲେ । ଦେବ ଆନନ୍ଦଙ୍କ ସହିତ ତାଙ୍କର ନିବିଡ଼ ସଂପର୍କ ମଧ୍ୟ ରହିଥିଲା । କିନ୍ତୁ କୌଣସି କାରଣରୁ ଦୁଇ ଜଣଙ୍କର ବିବାହ ହୋଇ ପାରି ନଥିଲା, ତେବେ ୨୦୦୪ରେ ସେ ଦେହତ୍ୟାଗ କରିଥିଲେ ।

ସୁଲକ୍ଷଣା ପଣ୍ଡିତ

ସେ ଫିଲ୍ମ ‘ତକଦୀର’ରେ ଜଣେ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ, ଏହା ସହିତ ସେ ଜଣେ ଗୀତିକାର ମଧ୍ୟ ଥିଲେ । ସେ ସଂଜୀବଙ୍କୁ ଖୁବ ଭଲ ପାଉଥିଲେ କିନ୍ତୁ ସଂଜୀବ ହେମାମାଳିନୀଙ୍କ ପ୍ରେମରେ ପାଗଳ ଥିଲେ । ଏହାପରେ ସୁଲକ୍ଷଣାଙ୍କର ହୃଦୟ ଭାଙ୍ଗି ଯାଇଥିଲା ଏବଂ ତାଙ୍କ  ମାନସିକ ଅବସ୍ଥା ହରାଇ ବସିଥିଲେ ।

ସୁସ୍ମିତା ସେନ

ସେ କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା ମଧ୍ୟ । ସେ ତାଙ୍କ ଜୀବନକୁ ଛୋଟ ପିଲାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ସେ ୧୯୯୪ରେ ମିସ ଯୁନିଭର୍ସ ହୋଇଥିଲେ । ମେଁ ହୁଁ ନା, ସିର୍ଫ ତୁମ ଏବଂ ବିୱି ନଂ ୱାନ ଭଳି ଫିଲ୍ମରେ ସେ ଦର୍ଶକଙ୍କ ହୃଦୟକୁ ଚୋରି କରିଛନ୍ତି । ବଲିଉଡରେ ସେ ଜଣେ ବିଚକ୍ଷଣ ଏବଂ ସାନଦାର ପ୍ରତିଭା । ସୁସ୍ମିତାଙ୍କ କହିବା ଅନୁସାରେ ବିବାହ କରିବାକୁ ଉପଯୁକ୍ତ ପାତ୍ର ମିଳିଲେ ସେ ନିଶ୍ଚୟ ବିବାହ କରିବେ । ସେ କୋଟି କୋଟି ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଉତ୍ସାହିତ କରିଛନ୍ତି ଓ ୨୦୧୦ରେ ରିନି ଏବଂ ପରେ ଅଲିସାଙ୍କୁ କୋଳେଇ ନେଇଥିଲେ । ତେବେ ତାଙ୍କ କାହାଣୀ ସବୁଠାରୁ ନିଆରା ।

ଅମିଶା ପଟେଲ

ଅମିଶା ଯେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଏହା ସମସ୍ତେ ଜାଣନ୍ତି । କିନ୍ତୁ ନିଜର କିଛି ଖାସ କାରଣ ଯୋଗୁଁ ସେ ମିଡିଆରୁ ଦୂରେଇ ଯାଇଛନ୍ତି । ‘କହୋ ନା ପ୍ୟାରେ ହୈ’ ରେ ସେ ଡେବ୍ୟୁ କରିଥିଲେ । ଗଦର ଏକ ପ୍ରେମ କଥା, ହମ ରାଜ ଏବଂ ଆଁଖେ ଭଳି ଫିଲ୍ମରେ ଦମଦାର ଅଭିନୟ କରି ସେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । ଏହା ବ୍ୟତୀତ ସେ ଭାଦା,ଏଲାନ ଓ ଜମିର ଭଳି କେତେକ ଫିଲ୍ମ ମଧ୍ୟ କରିଛନ୍ତି । ସେ ୨୦୧୧ରେ ଅଭିନୟ ଛାଡ଼ି ନିଜର ପ୍ରଡକ୍ସନ ହାଉସ ନିର୍ମାଣ କରିଥିଲେ । ନିଜ କ୍ୟାରିଅର ପାଇଁ ବିବାହ କରିବାକୁ ଚାହୁଁନଥିବା କଥା ସେ କହିଛନ୍ତି ।

ନର୍ଗିସ ଫଖରୀ-

୩୮ ବର୍ଷୀୟା ନର୍ଗିସ ଜଣେ ମଡେଲ ଭାବରେ ନିଜ କ୍ୟାରଅର ଆରମ୍ଭ କରିଥିଲେ । ମେଁ ତେରା ହେିରୋ, ହାଉସଫୁଲ ଥ୍ରି ଭଳି ସୁପରହିଟ ଫିଲ୍ମରେ ସେ ତାଙ୍କର ଜଲୱା ଦେଖାଇ ସାରିଛନ୍ତି । ତେବେ ସେ ତାଙ୍କ ମାଙ୍କ ରକ୍ଷଣାବେକ୍ଷଣା ପାଇଁ ବିବାହ କରିବେନାହିଁ ବୋଲି ମିଡିଆ ସାମ୍ନାରେ କହିଛନ୍ତି ।

ନେହା ଧୂପିଆ

ନେହା ଫେମିନା ମିସ ଇଣ୍ଡିଆ କ୍ରାଉନ ଜିତିବା ପୂର୍ବରୁ ଅଭିନେତ୍ରୀ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ପ୍ରଥମ ଥର ସେ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଥିଲେ । ସେ କେବଳ ବଲିଉଡ ନୁହେଁ ବରଂ ମଲାୟାଲାମ, ମିନରାମରେ ମଧ୍ୟ ଅଭିନୟ କରିଛନ୍ତି । ସେ ବଲିଉଡରେ ଫିଲ୍ମ କୟାମତରେ ଡେବ୍ୟୁ କରିଥିଲେ । ସେ ୨୦୧୧ରେ ସିକିମ ଭୂକମ୍ପରେ ଖୁବସାରା ଟଙ୍କା ଦାନ କରିଥିଲେ । କିନ୍ତୁ ବ୍ୟକ୍ତିିଗତ କାରଣରୁ ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ।