ହୋଲିରେ ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ : ଘଟଣାସ୍ଥଳରେ ଜଣେ ମୃତ, ୨ଜଣ ଗୁରୁତର ଆହତ

482

କନକ ବ୍ୟୁରୋ : ହୋଲିରେ ରକ୍ତର ଛିଟା । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ । ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ବାଲିସାହିରେ ଘରେ ପଶି ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣଙ୍କ ହେଲେ ନୂଆପାଟଣା ଗାଁର ଚିନ୍ତାମଣି ବେହେରା । ଗୁରୁତର ଭାବେ ଆହତ ହୋଇଥିବା ଦଇଜଣଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।