ନିର୍ବାଚନ ଲଢ଼ିବେ ପାରିକୁଦ ରାଜା : ଦୋଳ ଉତ୍ସବରେ ପ୍ରଜାମେଳି କରି କଲେ ବଡ଼ ଘୋଷଣା

1,503

କନକ ବ୍ୟୁରୋ : ରାଜା ଲଢିବେ ନିର୍ବାଚନ । ଚିଲିକା ନିର୍ବାଚନମଣ୍ଡଳୀରୁ ଆଗାମୀ ନିର୍ବାଚନରେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ ଲଢିବା ନେଇ ଆଶାପ୍ରକଟ କରିଛନ୍ତି । ପାରିକୁଦ ରାଜବାଟିରେ ଦୋଳ ଉତ୍ସବରେ ପ୍ରଜାମେଳି କରି ରାଜନୀତିକୁ ଓହ୍ଲାଇବା ନେଇ ସେ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହୋଇଛି । ସେହିପରି ମତ୍ସ୍ୟଜୀବୀମାନଙ୍କର ସମର୍ଥନ ଥିବା ନେଇ ରାଜା କହିଛନ୍ତି ।