କନକ ନ୍ୟୁଜ୍ ହାତରେ ଲାଗିଲା ଖଗେଶ୍ୱରଙ୍କ ଫଟୋ : ବ୍ଲାକମେଲ୍ ରାଣୀ ଅର୍ଚ୍ଚନା ନାଗଙ୍କ ସହଯୋଗୀ

254

କନକ ବ୍ୟୁରୋ : କନକ ନ୍ୟୁଜ୍ ହାତରେ ଲାଗିଛି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରର ଫଟୋ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସହ ଖଗେଶ୍ୱର ଥିବାର ଫଟୋ ମିଳିଛି । ଜଣେ ଯୁବତୀ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ନାଁ ଉଲ୍ଲେଖ ଥିଲା । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବା ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି । ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଅସୁସ୍ଥତା ଯୋଗୁ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ହେଲେ କୁଆଡେ ଗଲେ ଏଫ୍ଆଇଆରରେ ନାଁ ଥିବା ଖଗେଶ୍ୱର ।

ସୂଚନା ଅନୁସାରେ କଟକ ସଦର ନିଆଳି ଅଂଚଳର ଖଗେଶ୍ୱର ରସୁଲଗଡ଼ରେ ଏକ ଛୋଟିଆ ଦୋକାନ କରିଥିଲା । ଜଗବନ୍ଧୁଙ୍କ ସହ ମିଶିବା ପରେ ମଂଚେଶ୍ୱର ଥାନା ଅଂଚଳରେ ଏକ ପୁରୁଣା ଗାଡି ସୋ’ ରୁମ୍ କରିଥିଲା । ଏଥି ସହିତ ଅର୍ଚ୍ଚନାର ନେଟୱର୍କ ସମ୍ଭାଳୁଥିଲା । ଖଗେଶ୍ୱରର ମଧ୍ୟ ଗାଁରେ ଅର୍ଚ୍ଚନା ଭଳି ବଡ଼ ବିଲଡିଂ ରହିଛି । ସୂଚନା ଅନୁସାରେ ଯୁବତୀଙ୍କ ଅଭିଯୋଗ ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱରକୁ ଥାନାକୁ ଡାକିଥିଲା ପୋଲିସ । ପଚରାଉଚରା ପରେ ଅଣ୍ଡରଟେକିଂ ଲେଖି ଛାଡି ଦେଇଛି । ପୋଲିସର ବିନା ଅନୁମତିରେ ସେମାନେ ଭୁବନେଶ୍ୱର ଛାଡିପାରିବେ ନାହିଁ ବୋଲି କୁହାଯାଇଛି ।