ମଦ ବୋତଲରେ ତିଆରି ହେଲା ମନ୍ଦିର ! ଦେଖିବାକୁ ଶହ ଶହ ପର୍ଯ୍ୟଟକ ଲଗାଉଛନ୍ତି ଭିଡ ।

37

ସାଧାରଣତଃ, ଲୋକମାନେ ବିୟର ପିଇବା ପରେ ବୋତଲକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଏହି ବିୟର ବୋତଲକୁ ଏକାଠି କରି ଥାଇଲ୍ୟାଣ୍ଡର ବୌଦ୍ଧ ଭିକ୍ଷୁମାନେ ଏକ ମନ୍ଦିର ତିଆରି କରିଛନ୍ତି । ବୌଦ୍ଧ ଭିକ୍ଷୁମାନେ ପ୍ରାୟ ୧୦ ଲକ୍ଷ ବିୟର ବୋତଲ ଏକାଠି କରି “ୱାଟ ପ ଚେଦି ଖେବ” ନାମକ ଏକ ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିରର ପ୍ରତିଟି ଜିନିଷ କେବଳ ବିୟର ବୋତଲରେ ହିଁ ତିଆରି କରାଯାଇଛି । ସବୁଜ ଏବଂ ବାଦାମୀ ରଙ୍ଗର ବୋତଲରେ ତିଆରି କରାଯାଇଥିବା ଏହି ମନ୍ଦିର ଖୁବ ସୁନ୍ଦର ହୋଇଛି । ଅନେକ ଦୁର ଦୁରାନ୍ତରରୁ ଲୋକ ଏହି ମନ୍ଦିରକୁ ଦେଖିବା ପାଇଁ ଆସୁଛନ୍ତି । ମନ୍ଦିର କାନ୍ଥରେ ବୋତଲରେ ତିଆରି କରାଯାଇଥିବା କାରୁକାର୍ଯ୍ୟ ଲୋକମାନଙ୍କ ମନକୁ ବେଶ ଆକୃଷ୍ଟ କରିଛି ।

ଥାଇଲ୍ୟାଣ୍ଡରେ ନିର୍ମିତ ଏହି ମନ୍ଦିରକୁ ୧୯୮୪ରେ ତିଆରି କରାଯାଇଥିଲା । ୧୦ ଲକ୍ଷରୁବି ଅଧିକ ବିୟର ବୋତଲକୁ ବ୍ୟବହାର କରି ଏହି ମନ୍ଦିରକୁ ନିର୍ମାଣ କରାଯାଇଛି । କୁହାଯାଉଛିକି ଆଜିଠାରୁ ପ୍ରାୟ ୩୦ ବର୍ଷ ପୂର୍ବେ ବୌଦ୍ଧ ଭିକ୍ଷୁ ମାନେ ସମୁଦ୍ରରେ ପଡୁଥିବା ଆବର୍ଯନାକୁ ନେଇ ବହୁ ଚିନ୍ତିତ ଥିଲେ । ତେଣୁ ଏହି ସମସ୍ୟାକୁ ଦୁର କରିବା ପାଇଁ ସମୁଦ୍ରରେ ଭାସୁଥିବା ବିୟର ବୋତଲ ଗୁଡିକୁ ଏକାଠି କରି ମନ୍ଦିର ନିର୍ମାଣ କରିଥିଲେ । ବୌଦ୍ଧ ଭିକ୍ଷୁମାନେ ବିୟର ବୋତକୁ ବ୍ୟବହାର କରି କେବଳ ମନ୍ଦିର ତିଆରି କରିନଥିଲେ । ମନ୍ଦିତ ସହିତ ସୌଚାଳୟ, ପାଣି ଟାଙ୍କି ଭଳି ଅନେକ ଆକର୍ଷଣୀୟ ବସ୍ତୁ ମଧ୍ୟ ତିଆରି କରିଥିଲେ ।

ଏଥିରୁ ଗୋଟିଏ କଥା ପ୍ରମାଣ ହେଉଛି ଯେ, ଲୋକଙ୍କ ଭାବନା ଉପରେ ନିର୍ଭର କରୁଛି କେଉଁଟା ଠିକ ଏବଂ କେଉଁଟା ଭୁଲ । ମନୁଷ୍ୟ ବିୟର ବୋତଲକୁ ସେତେବେଳେ ବ୍ୟବହାର କରେ ଯେତେବେଳେ ସେଥିରେ ବିୟର ଭରି ହୋଇ ରହିଥାଏ । ବିୟର ସରିଗଲା ପରେ ବୋତଲକୁ ବାହାରେ ଫିଙ୍ଗି ଦେଇଥାଏ । କିନ୍ତୁ ଫୋପାଡି ଦିଆଯାଇଥିବା ବୋତଲରୁ ଏପରି ଏକ ସୁନ୍ଦର ମନ୍ଦିତ ତିଆରି କରିହେବ ବୋଲି କାହାରି ମନକୁ ଆସିନଥାଏ । ଏହି ମନ୍ଦିର ଏବେ ଏକ ପର୍ଯ୍ୟଟନ ସ୍ଥଳି ଭାବେ ପରିଚିତ ।