ତ୍ରିବେନ୍ଦ୍ର ସିଂ ରାୱତ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ : ଆଜି ଶପଥ ଗ୍ରହଣ

20

କନକ ବ୍ୟୁରୋ : ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ତ୍ରିବେନ୍ଦ୍ର ସିଂ ରାୱତ । ନୂଆ ମନ୍ତ୍ରୀ ମଣ୍ଡଳ ସହ ରାୱତ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ କେନ୍ଦ୍ରର ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ନେତା ଭାବରେ ବାଛିଥିଲେ ବିଧାୟକ । ଫଳରେ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ସେଥିରେ ଅନ୍ତ ଘଟିଛି । ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ରେସରେ ତ୍ରିବେନ୍ଦ ସିଂ ରାୱତ ଏବଂ ପ୍ରକାଶ ପନ୍ତଙ୍କ ନାଁ ସବୁଠୁ ଆଗରେ ରହିଥିଲା ।