କଳାହାଣ୍ଡି, ଥୁଆମୂଳା ରାମପୁରରେ ମାଓ ଅପହରଣ ଘଟଣା : ଜଣକୁ ମାରିଲେ,୨ଜଣକୁ ଛାଡିଲେ ମାଓବାଦୀ

27

କନକ ବ୍ୟୁରୋ : ଅପହରଣ ପରେ ହତ୍ୟା । କଳାହାଣ୍ଡିରେ ଅପହରଣ କରିଥିବା ୩ ଜଣଙ୍କ ମଧ୍ୟରୁ କନେଷ୍ଟବଳ ବନମାଳୀ ନାୟକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏହା ସହ ଅନ୍ୟ ୨ ଜଣଙ୍କୁ ଛାଡିଦେଇଥିବା ଜଣାପଡିଛି । ଗତ ଗୁରୁବାର ଥୁଆମୁଳ ରାମପୁର ରେଂଜରେ କିଛି ସଶସ୍ତ୍ର ମାଓବାଦୀ ଗାଁ ଭିତରେ ପଶି କିଛି ସମୟ ଧରି ଆତଙ୍କରାଜ ଚଳାଇଥିଲେ । ଗୋଟିଏ ବାଇକ ପୋଡି ଦେଇଥିଲେ । ଏହା ସହ ପୋଲିସ ଇନଫର୍ମର ସଂଦେହରେ ୩ ଜଣଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ ।