ଆଜି ସରିବ କ୍ରୀଡାର ମହାକୁମ୍ଭ : ଉଦଯାପନୀ ସଂଧ୍ୟାରେ ହେବ ମାତ୍ର ୧୩ ମିନିଟର ସାଂସ୍କୃତିକ କାର୍ଯ୍ୟକ୍ରମ

20

କନକ ବ୍ୟୁରୋ : ଆଜି ଉଦଯାପନ । ଶେଷ ହେବ ପାଂଚ ଦିନର ଚମକ ।  କ୍ରୀଡା ଇତିହାସର ଫର୍ଦ୍ଦରେ ସଦା ଉଜ୍ଜୀବିତ ରହିବ କଳିଙ୍ଗ ଷ୍ଟାଡିୟମର ଅଭୁଲା ମୁହୂର୍ତ୍ତ । ତେବେ ଖେଳ ଯେତିକି ସରି ସରି ଆସୁଛି ଉତ୍ସାହ, ଉଦ୍ଦୀପନା ଓ ରୋମାଂଚ ସେତିକି ବଢ଼ିବାରେ ଲାଗିଛି ।

ଅନ୍ତର୍ଜାତୀୟ ସ୍ତରରେ ଖେଳାଳିଙ୍କ ଖେଳ ଦେଖିବାକୁ ପ୍ରତ୍ୟକ ଦିନ ଷ୍ଟାଡିୟମରେ ସକାଳଠୁ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ଼ ଜମୁଛି । ତେବେ ଖେଳାଳିଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତି ଚାଲିଛି । ଉଦଘାଟନୀ ଉତ୍ସବ ପରି ଆଜି ଉଦଯାପନୀ ଉତ୍ସବରେ ମଧ୍ୟ ୧୫ମିନିଟର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହା ସହିତ ଖେଳାଳିଙ୍କୁ ବାଲୁକା କଳାରେ ଧନ୍ୟବାଦ ଦେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।