ନିପା ଭାଇରସର ଆତଙ୍କକୁ ଖାତିର ନକରି ଏହି ମହିଳା ରହନ୍ତି ୪୦୦ ବାଦୁଡିଙ୍କ ସହ, ଏହି ବିଷୟରେ ତାଙ୍କ ବୟାନ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

33

ସମଗ୍ର ଦେଶରେ ଯେଉଁଠି ନିପା ଭାଇରସ୍ ର ଡର ବ୍ୟାପିଛି, ସେଇଠି ଅନ୍ୟ ପଟେ ଏମିତି ଏକ ମହିଳା ବି ଅଛନ୍ତି ଯିଏ ୪୦୦ ବାଦୁଡିଙ୍କ ସହ ବେଖାତିର ହୋଇ ରହନ୍ତି । ଏହି ମହିଳା ଗୁଜରାଟର ଅହମଦାବାଦ ଠାରୁ ୫୦ କିମି ଦୂର ରାଜପୁର ଗାଁରେ ରହନ୍ତି । ତାଙ୍କର ବାଦୁଡିଙ୍କ ଠାରୁ ଅଲଗା ହେବାର କୈାଣସି ଯୋଜନା ନାହିଁ । ଏହି ସ୍ତନ୍ୟପାୟୀ ଜୀବ ତାଙ୍କର ଘରେ ରହନ୍ତି । ଗ୍ରାମବାସୀ ୭୪ ବର୍ଷର ଶାନ୍ତାବେନ ପ୍ରଜାପତିଙ୍କୁ ‘ଚମଚିଡିଆବାଲା’ ବା ‘ବାଦୁଡିଙ୍କ ସହ ରହୁଥିବା ଦିଦି’ ନାମରେ ଡାକନ୍ତି ।

ଶାନ୍ତାବେନ କହିଲେ କି, “ ମୁଁ ନିପା ଭାଇରସ ବିଷୟରେ ଶୁଣିଛି କିନ୍ତୁ ମତେ କୈାଣସି ଡର ନାହିଁ । ମୁଁ ମୋ ବାଦୁଡିଙ୍କ ସହ ଏକ ଦଶନ୍ଧି ଧରି ରହୁଛି । ତାହା ମୋର ପରିବାର । ମୋ ଘଷର ସେମାନଙ୍କ ଜନସଂଖ୍ୟା ସେବେ ଠାରୁ ବଢ଼ିଗଲା, ଯେବେଠାରୁ ମୁଁ ଅଗଣାରେ ରୋଷେଇ କରିବା ଓ ଶୋଇବା ଆରମ୍ଭ କଲି । ” ସେହି କୋଠରୀରେ ଘରର ନାମମାତ୍ର ଜିନିଷ ଅଛି । ବାଦୁଡି ଦଳ ତାଙ୍କ ଘରର ଚାରିକାନ୍ଥକୁ ସେମାନଙ୍କ ଆଡ୍ଡା କରିଛନ୍ତି । ପ୍ରଥମେ ଶାନ୍ତାବେନ ବହୁତ ଡରି ଯାଇଥିଲେ । ଶାନ୍ତାବେନଙ୍କ ପାଖରେ ରହିବା ପାଇଁ କେହି ନାହାଁନ୍ତି । କାହିଁକିନା ତାଙ୍କର ତିନି ଝିଅଙ୍କ ବିବାହ ସରିଯାଇଛି ଏବଂ ତାଙ୍କ ପୁଅ ମୁମ୍ବାଇରେ ରହେ । ସେ ଜଣେ ମଜଦୁର ହିସାବରେ ନିଜର ପିଲାଙ୍କ ପାଳନ-ପୋଷଣ କରିଛନ୍ତି । ତାଙ୍କୁ ଯେବେ ୩୦ ବର୍ଷ ହୋଇଥିଲା, ତାଙ୍କ ସ୍ୱାମୀଙ୍କ ଆକସ୍ମିକ ବଜ୍ରପାତରେ ମୃତ୍ୟୁ ହୋଇଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଭୟଙ୍କର ନିପା ଭାଇରସ୍ ର ଆତଙ୍କ ପରେ ବି ସେ ବାଦୁଡିଙ୍କୁ ଛାଡି ଯିବାକୁ ପ୍ରସ୍ତୁତ ନୁହଁନ୍ତି ।