ଘଷିପୁରାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ବଦ୍ରି ପାତ୍ରଙ୍କୁ ଦେଉଛନ୍ତି ଟକ୍କର ।

1,273

କନକ ବ୍ୟୁରୋ: ଚର୍ଚ୍ଚାରେ ଘଷିପୁରା ନିର୍ବାଚନ ମଣ୍ଡଳୀ । ଏଥର ଏହି ଆସନରୁ ପାଞ୍ଚପାଞ୍ଚଥର ବିଧାୟକ ହୋଇଥିବା ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଘଷିପୁରାରୁ ନିର୍ବାଚନ ଲଢ଼ିବେ । ଘଷିପୁରାରେ ପରିବର୍ତ୍ତନର ନାରା ଦେଇ ମଇଦାନକୁ ଓହ୍ଲାଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଅବସରରେ ଘଟଗାଁ ବ୍ଲକ ତରା ପଞ୍ଚାୟତର ବେଢ଼ାପାଳ, ବାଲିପୋଖରୀ, ରୁଟିଶିଳା ଏବଂ ପଣ୍ଡାପଡ଼ା ଆଦି ସ୍ଥାନରେ ନିର୍ବାଚନ ପ୍ରଚାର କରି ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି । ଆଉ କହିଛନ୍ତି, ଏହି ନିର୍ବାଚନ ମଣ୍ଡଳୀରେ କେବଳ ଗୁଣ୍ଡାରାଜ, ହତ୍ୟା ଚାଲିଛି । ତେଣୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ସହଯୋଗ ଦରକାର ।