ସାବଧାନ! ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ରହସ୍ୟମୟୀ ଲିଙ୍କ୍ ! କ୍ଲିକ୍ କରିବା କ୍ଷଣି ୟୁଜର୍ସଙ୍କ ବ୍ୟାଙ୍କ ଖାତାରୁ ଗାଏବ୍ ହୋଇଯାଉଛି ଟଙ୍କା ।

66

ଯଦି ଆଗକୁ ଆପଣ ଆପଣଙ୍କର ୨୫ ତମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି । ତେବେ ଆମ ଏୟାରଲାଇନ୍ସ କମ୍ପାନୀ ତରଫରୁ ଆପଣଙ୍କୁ ମାଗଣାରେ ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଦୁଇଟି ଟିକେଟ୍ ମିଳିବ । ଆପଣଙ୍କୁ କେବଳ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ଆପଣଙ୍କ ବାୟୋଡାଟା ଦେବାକୁ ପଡିବ । ଯାହାଦ୍ୱାରା ଆପଣ ଏହାର ଲାଭ ଉଠାଇପାରିବେ । ୪୮ ଘଣ୍ଟାରେ ଟିକଟ୍ ଆପଣଙ୍କ ପାଖରେ ପହଞ୍ଚିଯିବ । ଯଦି ଆପଣଙ୍କ ଫୋନକୁ ଏଭଳି କିଛି ସନ୍ଦେଶ ଆସୁଛି ତେବେ ବୋକାମୀ ଛାଡି ସତର୍କ ହୋଇଯାଆନ୍ତୁ । ଆପଣ ସାଇବର ଅପରାଧିଙ୍କ ଆଖି ଆଗକୁ ଚାଲି ଆସିଛନ୍ତି ଏବଂ ତିଳେମାତ୍ର ବୋକାମୀ କଲେ ଆପଣଙ୍କ ସମ୍ପୁର୍ଣ୍ଣ ଡାଟା ସାଇବର କ୍ରିମିନାଲଙ୍କ ପାଖକୁ ଚାଲିଯିବ । ଏହା ସାଇବର କ୍ରିମିନାଲଙ୍କ ନୂଆ ଯୋଜନା ଯେଉଁଥିରେ ଲୋକମାନେ ଅତି ସହଜରେ ଫସିପାରିବେ । ଅପେଣ ଯେମିତି ଲିଙ୍କ୍ ଉପରେ କ୍ଲିକ୍ କରିବେ ଆପଣଙ୍କ ସମ୍ପୁର୍ଣ୍ଣ ଡାଟା ସାଇବର କ୍ରିମିନାଲଙ୍କ ପାଖକୁ ଟ୍ରାନ୍ସଫର ହୋଇଯିବ । ସାଇବର ଅପରାଧିଙ୍କୁ ଯଦି ଆପଣଙ୍କ ବ୍ୟାଙ୍କ ଖାତାର ଜାନକାରୀ ମିଳିଗଲା ତେବେ କଥା ସରିଲା । ଆପଣଙ୍କୁ କାଙ୍ଗାଳ ହେବାରୁ କେହି ରକ୍ଷା କରି ପାରିବେ ନାହିଁ ।
ସାଇବର ଫରେନ୍ସିକ୍ ଏକ୍ସପର୍ଟ ଦନିସ୍ ଖାନଙ୍କ କହିବାନୁସାରେ ଗ୍ରୀଷ୍ମ ଛୁଟିରେ ଲୋକଙ୍କୁ ଏଭଳି ଭ୍ରାନ୍ତ ଅଫର ଦେଇ ଜାଲି ଲିଙ୍କ୍ ପ୍ରସ୍ତୁତ କରି ସାଇବର ଅପରାଧି ଲୋକଙ୍କୁ ଭୁଆ ବୁଲାଉଛନ୍ତି । ଏଭଳି ଏକ ଅଫର ଜେଟ୍ ଏୟାରବେଜ୍ କମ୍ପାନୀ ନାଁରେ ମଧ୍ୟ ରହିଛି । କମ୍ପାନୀ ତରଫରୁ ଲୋକଙ୍କୁ ଏଥିପାଇଁ ସତର୍କ କରାଯାଇଛି । ଏଭଳି ଲିଙ୍କକୁ ଜାଲ ବୋଲି ମଧ୍ୟ କୁହାଯାଇଛି । ଟ୍ୱିଟର,ହ୍ୱାଟସଆପ୍ ,ଫେସବୁକ୍ ଏବଂ ଇ-ମେଲ୍ ଜରିଆରେ ଏଭଳି ମେସେଜ୍ ସେଣ୍ଡ କରାଯାଉଛି । ପ୍ରଥମରୁ ଚାକିରୀର ଲୋଭ ଦେଖାଇ,ବିବାହ ପ୍ରସ୍ତାବର ଲୋଭ ଦେଖାଇ ଏବଂ ଲଟରୀ ବାହାରିବାର ଲୋଭ ଦେଖାଇ ଏଭଳି କାମକୁ ଆଗକୁ ନେଉଥିବାବେଳେ ଏବେ ଏଭଳି ମାଗଣା ଟିକେଟ୍ ମିଳିବାକୁ ନେଇ ଆଉ ଏକ ଗୁଜବ ଲିଙ୍କ୍ ଘୁରିବୁଲୁଛି ।