ସିମ୍ପାଜୀ ଚଳାଉଛି ସ୍ମାର୍ଟଫୋନ୍ ! ନିଜେ ରୋଷେଇ କରିବା ସହ ବୁଝି ପାରୁଛି ଇଂରାଜୀ ଭାଷା

72

ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ । ପିଲାଠାରୁ ବୁଢ଼ାଯାଏ ସମସ୍ତେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ୍ । ଆପଣ ଯଦି ଭାବୁଛନ୍ତି କେବଳ ମଣିଷମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କିମ୍ବା ମଣିଷଙ୍କୁ ସ୍ମାର୍ଟଫୋନର ବ୍ୟବହାର ଜଣା ତେବେ ଆପଣଙ୍କ ଧାରଣା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଶୁ ବି ବର୍ତ୍ତମାନ ସମୟରେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ୍ । ଇଂଟରନେଟ୍ ଯୁଗରେ ପଶୁମାନେ ବି ସ୍ମାର୍ଟ ହେଲେଣି । ଯୁଗ ବଦଳିବା ସହ ସେମାନେ ବି ବଦଳୁଛନ୍ତି । ନିଜ କାମ ନିଜେ କରୁଛନ୍ତି । ପଶୁଙ୍କ ପାଇଁ ଏପରି ଏକ ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ ହୋଇଛି, ଯାହାଦ୍ୱାରା ସେମାନେ ମଣିଷଙ୍କ ହାଭଭାବ ଓ କଥାବାର୍ତ୍ତାକୁ ଆରାମରେ ବୁଝିପାରିବେ ।

 

 

 

 

 

 

 

ପ୍ରକୃତକଥା ହେଲା ଆମେରିକାର ଆଇଆବାର ରହୁଥିବା ସିମ୍ପାଜୀର ବ୍ୟବହାର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ସିିମ୍ପାଜୀ ସ୍ମାର୍ଟଫୋନ ଚଳାଉଇବାରେ ମାହିର । କେବଳ ଏତିକି ନୁହେଁ ଟଚ୍ ସ୍କ୍ରିନ୍ ଡିଭାଇସ୍ ମଧ୍ୟ ଚଳାଇପାରେ ଏହି ସିମ୍ପାଜୀ । ଏହା ବ୍ୟତୀତ ନିଜେ ଖାଦ୍ୟ ବି ରୋଷେଇ କରୁଛି । ସୂଚନା ଅନୁସାରେ ଏହି ସିମ୍ପାଜୀର ନା ହେଲା କଞ୍ଜି । ଆଉ ତା’ ପାଖରେ ଅଛି ଲେକ୍ଜିଗ୍ରାମ ନାମକ ଏକ ଯନ୍ତ୍ର । ଯାହା ସାହଯ୍ୟରେ ସେ ମଣିଷଙ୍କ ସହ ଭାବର ଅଦାନ ପ୍ରଦାନ ଠାର ମାଧ୍ୟମରେ କରିପାରେ । କଞ୍ଜିର ବୟସ ଏବେ ପାଖାପାଖି ୩୭ ବର୍ଷ । ତେବେ ସେ ଇଂରାଜୀ ମଧ୍ୟ ବହୁତ ଭଲ ଭାବରେ ବୁଝିପାରେ ।