ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ କବି ରବି ସିଂ !
କନକ ବ୍ୟୁରୋ : ଆଧୁନିକ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ରବି ସିଂଙ୍କୁ ୨୦୧୭ ପାଇଁ ମର୍ଯ୍ୟାଦାଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ କରାଯିବ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ କାର୍ଯ୍ୟକ୍ରମରେ ଅନ୍ୟ ୧୫ ଜଣ ବୟୋଜ୍ୟେଷ୍ଠ ସାହିତିକଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ବିଶିଷ୍ଟ କବି ରବି ସିଂଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିଭଳି କବି ସନାତନ ମହାନ୍ତି, ରଜତ କୁମାର କର, ଲକ୍ଷ୍ମୀଧର ଜେନା, ବଂଶୀଧର ରାଉତ, ଭୂପେନ ମହାପାତ୍ର, ନବକିଶୋର ପୃଷ୍ଟି, ରାମଚନ୍ଦ୍ର ମହାନ୍ତ, ସୁରେନ୍ଦ୍ର କୁମାର ମହାରଣା, ତ୍ରିନାଥ ସାହୁ, ପଞ୍ଚାନନ ମିଶ୍ର, ନକୁଳ ଚନ୍ଦ୍ର ସାହୁ, ଅନିଲ ଚନ୍ଦ୍ର ଦାଶ, କୁମୁଦ ଚନ୍ଦ୍ର ଦାଶ, ଗୋବର୍ଦ୍ଧନ ନାୟକ ଓ କବୟିତ୍ରୀ ଅଞ୍ଜଳି ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।