ମୃତ୍ୟୁ ନୁହେଁ ଜୀବନ ଦେଉଛି ଏହି ବମ୍ ! ପରିବେଶକୁ ସବୁଜମୟ କରିବାରେ ସହାୟକ ହେଉଛି ବିଜ୍ ବମ୍ ।

101

ମଧ୍ୟପ୍ରଦେଶ ସଂଗମରମର ନଗରୀ ଜବଲପୁରରେ ପରିବେଶକୁ ସବୁଜମୟ କରିବା ପାଇଁ ବୈଜ୍ଞାନିକ ମାନେ ଏକ ନୂତନ ଜ୍ଞାନ କୌଶଳ ଉଦ୍ଭାବନ କରିଛନ୍ତି । ନୂତନ ଜ୍ଞାନ କୌଶଳକୁ ଆଧାର କରି ଜବଲପୁର ବାସୀ ଏକ ବମ ତିଆରି କରିଛନ୍ତି । ପୂର୍ବରୁ ଖାଲି ସ୍ତାନ ମାନଙ୍କରେ ଗଛ ରୋପଣ କରିବାକୁ ହେଲେ ପ୍ରଥମେ ଗାତ ଖୋଳି ଗଛ ଲଗାଇବାକୁ ପଡୁଥିଲା । ଗଛ ରୋପଣ କରିବା ପୂର୍ବରୁ ମଧ୍ୟ ନର୍ସରୀରେ ଦେଢ ମାସ କିମ୍ବା ଦୁଇ ମାସ ମଞ୍ଜି ପୋତି ଗଛ ତିଆରି କତରିବା ପାଇଁ ଅପେକ୍ଷା କରିବାକୁ ପଡୁଛିଲା । କିନ୍ତୁ ଏବେ ବୈଜ୍ଞାନିକ ମାନଙ୍କ ନୂତନ ଜ୍ଞାନ କୌଶଳ ଅନୁଯାୟୀ ଖାଲି ସ୍ତାନରେ ଗୋଟିଏ ବମ ପକାଇ ଗଛ ରୋପଣ କରାଯାଇ ପାରିବ । ଏହି ବମକୁ ଆପଣ ଟ୍ରେନ, ବସ, କାର ଏବଂ ବାଇକରେ ଯାଉଥିବା ବେଳେ ମଧ୍ୟ ଯେକୌଣସି ଖାଲି ସ୍ତାନରେ ପକାଇ ବୃକ୍ଷ ରୋପଣ କରିପାରିବେ ।

ମଧ୍ୟପ୍ରଦେଶ ଜବଲପୁରରେ ବ୍ୟବହାର ହେଉଥିବା ବମର ନାଁ ବିଜ ବମ । ବର୍ଷା ଦିନେ ଏହି ବମ ସାହାଯ୍ୟରେ ଜବଲପୁର ନିବାସୀ ନର୍ମଦା ନଦୀ, ରାସ୍ତା କଡ, ଏବଂ ଖାଲି ହୋଇଯାଇଥିବା ସ୍ତାନ ମାନଙ୍କରେ ବୃକ୍ଷ ରୋପଣ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାରରୁ ଉଦ୍ଧ୍ୱ ବୃକ୍ଷ ରୋପଣ କରିବାର ଲକ୍ଷ ରାଖଆଯାଇଛି ।

ସୂଚନା ଅନୁଯାୟୀ, ଜବଲପୁର ସ୍ଥିତ ଗାୟତ୍ରୀପିଠର ସଦସ୍ୟ ୯ ବର୍ଷରୁ ଗାତ ଖୋଳି ବୃକ୍ଷ ରୋପଣ କରିଆସୁଛନ୍ତି । ଏହି କାର୍ଯ୍ୟ କରିବା ପାଇଁ କଠିନ ପରିଶ୍ରମ ସହିତ ଅନେକ ସମୟ ମଧ୍ୟ ଲାଗୁଥିଲା । ଏଥିରେ ଅଧିକ ଖର୍ଛ ମଧ୍ୟ ହେଉଥିଲା । ଏତେ ପରିର୍ଶମ ଏବଂ ଖର୍ଚ୍ଚ କରିବା ସତ୍ୱେ ମଧ୍ୟ ବାର୍ଷିକ ମାତ୍ର ୧୫ ଶହ ବୃକ୍ଷ ରୋପଣ କରାଯାଇ ପାରୁଥିଲା । କିନ୍ତୁ ଏବେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଖୁବ କମ ସମୟ ଏବଂ ଖୁବ କମ ଖର୍ଚ୍ଚରେ ଅଧିକ ବୃକ୍ଷରୋପଣ କରାଯାଇପାରିବ ।

ଏହି ବମଟିକୁ ମାଟିରେ ତିଆରି କରାଯାଉଛି । ଏଥିରେ ଦୁଇ ତୃତୀୟାଂଶ ମାଟି ଏବଂ ଏକ ତୃତୀୟାଂଶ ଜୈବିକ ଖତ ମିଶାଯାଇ ଏହି ବମକୁ ତିଆରି କରାଯାଉଛି । ମାଟି ଏବଂ ଜୈବିକ ଖତ ମିଶ୍ରୀତ ଏହି ବମରେ ନିମ୍ବ, ଜାମ୍ମୁ, କପାସ, ଶୀତାଫଳ ଇତ୍ୟାଦି ମଞ୍ଜିକୁ ଏହି ବମ ମଝିରେ ସ୍ତାପନ କରାଯାଇଥାଏ । ବମଟି ସମ୍ପୁର୍ଣ୍ଣ ଭାବେ ତିଆରି ହୋଇଯିବା ପରେ ଏହାକୁ ବର୍ଷା ଦିନେ ବ୍ୟବହାର କରାଯାଇଥାଏ । ଜବଲପୁରରେ ଆରମ୍ଭ ହୋଇଥିବା ଏହି ଜ୍ଞାନ କୌଶଳ ଭବିଷ୍ୟତରେ ପରିବେଶକୁ ସବୁଜ ମୟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।