ହଷ୍ଟେଲ ଛାଡିଲେ ଛାତ୍ରୀ । ପ୍ରଧାନଶିକ୍ଷକଙ୍କୁ ଡରି ହଷ୍ଟେଲ ଛାଡିଲେ ଯୋଡା ବେଲଦା ପ୍ରାଥମିକ ସ୍କୁଲର ୧୫ ଜଣ ଝିଅ

851

କନକ ବ୍ୟୁରୋ: ପ୍ରଧାନଶିକ୍ଷକଙ୍କ ଅଶାଳୀନ ଆଚରଣ ଯୋଗୁ ହଷ୍ଟେଲ ଛାଡିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ଯୋଡା ବେଲଦା ପ୍ରାଥମିକ ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଥିବା ଖବର ଆସିଛି । ଝିଅଙ୍କୁ ଅସଦାଚରଣ କରିବା ଘଟଣାରେ ଝିଅମାନେ ହଷ୍ଟେଲ ଛାଡିଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଯୋଡା ବିଇଓ । ସ୍କୁଲର ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ବିଭିନ୍ନ ସମୟରେ ମଦ୍ୟପାନ କରି ଝିଅମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଥିବା ଅଭିଯୋଗ ହୋଇଛି ।

ତେବେ ଗତକାଲି ରାତିରେ ପ୍ରଧାନ ଶିକ୍ଷକ ମଦ୍ୟପ ଅବସ୍ଥାରେ ହଷ୍ଟେଲର ଝିଅଙ୍କୁ ଅସଦାଚରଣ କରିବା ସହ ତାଙ୍କ ପ୍ରକୋଷ୍ଠକୁ ଡାକିଥିଲେ । ଯେଉଁଥିରେ ଭୟଭୀତ ହୋଇ ପ୍ରାୟ ୧୫ଜଣ ଝିଅ ହଷ୍ଟେଲ ଛାଡି ନିକଟରେ ଥିବା ଜଣେ ଅଭିଭାବକଙ୍କ ଘରକୁ ଚାଲି ଯାଇଥିଲେ । ଅଭିଭାବକ ଜଣକ ଏନେଇ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ଜଣାଇବା ସହ ପୋଲିସକୁ ସୂଚନା ଦେଇଥିଲେ । ରାତିରେ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ରଙ୍କୁ ଅଟକ ରଖିବା ସହ ଅନ୍ୟ ଶିକ୍ଷୟିତ୍ରୀଙ୍କ ନିକଟରେ ପିଲାଙ୍କୁ ହସ୍ତାନ୍ତର କରିଛନ୍ତି ।