ଆକାଶମାର୍ଗରୁ ବାଲିଯାତ୍ରାର ଦୃଶ୍ୟ : ଝିକିମିକି ଆଲୁଅରେ ଝଟକୁଛି ମହାନଦୀ ପଠା 

460

କନକ ବ୍ୟୁରୋ : ବାଲିଯାତ୍ରାକୁ ନେଇ ଏବେ କଟକରେ ଉତ୍ସବର ପରିବେଶ । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡ଼ିଆ ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । ପୁରା ପରିବେଶ ଆକାଶ ମାର୍ଗରୁ ଖୁବ୍ ସୁନ୍ଦର ଦେଖାଯାଉଛି । ଝିକିମିକି ଆଲୁଅରେ ଝଟକୁଛି ବାଲିଯାତ୍ରା ପଡ଼ିଆ । ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି ବାଲିଯାତ୍ରାର ଆକର୍ଷଣୀୟ ଚିିତ୍ର । ଆଲୋକମାଳାରେ ଝଲସୁଛି  ।

ଆଜି କଟକ ବାଲିଯାତ୍ରାର ଚତୁର୍ଥ ଦିନ । ସବୁଦିନ ବାଲିଯାତ୍ରା ପଡିଆରେ ଗହଳି ଚହଳି । ଦିନକୁ ଦିନ ଭିଡ ବଢିବା ସହ ବେପାର ବି ଜମୁଛି । ବାଲିଯାତ୍ରା ମୁଖ୍ୟଗେଟ୍କୁ ଆଲୋକମାଳାରେ ସଜ୍ଜାଯାଇଥିବାବେଳେ ଏହା ଦର୍ଶକଙ୍କୁ ଖୁବ ଆକୃଷ୍ଟ କରୁଛି। ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି  ।  ଦିନକୁ ଦିନ ବାଲିଯାତ୍ରା ଦେଖଣାହାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ପ୍ରତିବର୍ଷ ପରି ଏବର୍ଷ ବି ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ସ୍ବାଦଷ୍ଟ ଠୁଙ୍କାପୁରି । ଏ ବର୍ଷ ଠୁଙ୍କାପୁରି ଷ୍ଟଲ୍‌ ପୂର୍ବାପେକ୍ଷା ଅଧିକ ପରିମାଣରେ ଦେଖିବାକୁ ମିଳିଛି । ଏହି ଐତିହାସିକ ଯାତ୍ର‌ା ପାଇଁ ଅଧିକ ୬ ଏକର ଜମି ବ୍ୟବହାର କରାଯାଇଛି । ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ମିଳିବା ସହ ରାଜ୍ୟ ସରକାରଙ୍କ ତରଫରୁ ବହୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଗାଡ଼ିକୁ ଅଧାବାଟରେ ରଖି ମୋ ରିକ୍ସା, ମୋ ସାଇ‌କେଲ୍‌ ଜରିଆରେ ପଡ଼ିଆ ପର୍ଯ୍ୟନ୍ତ ଯାଇ ପାରୁଛନ୍ତି।