ସତାନବେ ବର୍ଷରୁ ୧୭୦୦ ଲୋକ ଥିବା ଏକ ଅଜବ ଗାଁ ! କଣ୍ଟାରେ ଅଟକିଛି ଜନସଂଖ୍ୟା , ନା ବଢୁଛି ନା କମୁଛି , ଆଦର୍ଶ ଏବଂ ଅଜବର ଦୋଛକିରେ ଏହି ଗାଁ

782

ଗୋଟିଏ ପଟେ ଯେଉଁଠି ଜନସଂଖ୍ୟା ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି ଭାରତର ଗୋଟିଏ ଗାଁରେ ୯୭ ବର୍ଷ ହେଲାଣି ଜନସଂଖ୍ୟାରେ କୌଣସି ବୃଦ୍ଧି ହିଁ ଘଟୁନାହିଁ । ଆଶ୍ଚର୍ଯ୍ୟର କଥା ହେଲେ ବି ସତ, ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା ଧନୋରା ହେଉଛି ଏଭଳି ଏକ ଗାଁ ଯେଉଁଠି ଜନସଂଖ୍ୟା ୧୯୨୨ ମସିହାରେ ୧୭୦୦ ଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଠାକାର ଜନ୍ମସଂଖ୍ୟା ସେତିକିରେ ହିଁ ସ୍ଥିର ରହିଛି । ପୁଅ-ଝିଅଙ୍କ ମଧ୍ୟରେ କୌଣସି ଭେଦ ଭାବ ନଥିବା କାରଣରୁ ଏହି ଗାଁର ପରିବାରରେ କାହାର ମଧ୍ୟ ଦୁଇରୁ ଅଧିକ ପିଲା ନାହାନ୍ତି । ପରିବାର ନିୟୋଜନ କ୍ଷେତ୍ରରେ ବୈତୁଲର ଧନୋରା ଗାଁ ଟପ୍ ରେ ରହିଛି । କାରଣ ଏଠାରେ ଜନସଂଖ୍ୟା ସ୍ଥିର ରହିଛି । ଏହା କିଭଳି ସମ୍ଭବ । ଏହା ଏକ ରୋଚକ କାହାଣୀ ଠାରୁ କିଛି କମ୍ ନୁହେଁ ।

ଏସ. କେ ମହୋବିୟାଙ୍କ ମୁତାବକ, ୧୯୨୨ ରେ ଏହି ଗାଁରେ ଏକ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ସାମିଲ ହେବା ପାଇଁ କସ୍ତୁରବା ଗାନ୍ଧୀ ଆସିଥିଲେ । ସେ ଗାଁର ସୁଖମୟ ଜୀବନଯାପନ ପାଇଁ ‘ଛୋଟ ପରିବାର, ସୁଖୀ ପରିବାର’ର ନାରା ଦେଇଥିଲେ । କସ୍ତୁରବାଙ୍କ ଏହି କଥା ଗାଁ ଲୋକମାନେ ପଥରର ଗାର ବୋଲି ମାନିନେଇଥିଲେ ଏବଂ ପରେ ଗାଁରେ ପରିବାର ନିୟୋଜନର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରିବାର ନିୟୋଜନ ଫଳରେ ଧୀରେ ଧୀରେ ଗାଁରେ ଜନସଂଖ୍ୟା ସ୍ଥିର ହେବାକୁ ଲାଗିଥିଲା । ଗାଁର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ କହିବାନୁସାରେ, ପରିବାର ନିୟୋଜନ ପାଇଁ ଗାଁର କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରିବାକୁ ପଡେ ନାହିଁ । ସ୍ଥାନୀୟ ଲୋକଙ୍କ ଦୃଢ ମାନସିକତା ହିଁ ପରିବାର ନିୟୋଜନର ମୁଖ୍ୟ କାରଣ ।

ପରିବାର ନିୟୋଜନ ମାମଲାରେ ଏହି ଗାଁ ଏକ ମଣ୍ଡଳରେ ପରିଣତ ହୋଇଥିଲା । ଏଠାକାର ଲିଙ୍ଗାନୁପାତ ଅନ୍ୟ ଜାଗା ତୁଳନାରେ ବହୁତ ଭଲ ରହିଛି । ଖାଲି ସେତିକି ନୁହେଁ, ପୁଅ-ଝିଅ ଭଳି ନିମ୍ନ ମାନସିକତା ଏଠାରେ ଦେଖିବାକୁ ମିଳେ ନାହିଁ । ଗାଁ ଲୋକଙ୍କ ମୁତାବକ ଧନୋରା ଆଖପାଖ ଅଞ୍ଚଳରେ ଏପରି ମଧ୍ୟ ଗାଁ ରହିଛି, ସେଠାକାର ଜନସଂଖ୍ୟା ୫୦ ବର୍ଷ ପୂର୍ବରୁ ଯେତିକି ଥିଲା, ତା ଅନୁପାତରେ ଏବେ ୪-୫ ଗୁଣା ବୃଦ୍ଧି ପାଇଛି । କିନ୍ତୁ ଧନୋରା ଗାଁର ଜନସଂଖ୍ୟା ଏବେ ମଧ୍ୟ ୧,୭୦୦ ରେ ସ୍ଥିର ରହିଛି । ପୁଅ-ଝିଅର ଭେଦଭାବ ମଧ୍ୟ ଏହି ମାତ୍ରାକୁ ଏପଟ ସେପଟ କରିପାରି ନାହିଁ ।