ଆଜିଠାରୁ ଦକ୍ଷିଣ ଜିଲ୍ଲା ଗୁଡିକରେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ! ମାଲକାନଗିରି, ରାୟଗଡରେ କଡା ସୁରକ୍ଷା, ସରକାରୀ ଗାଡି ଚଳାଚଳ ବନ୍ଦ

22

କନକ ବ୍ୟୁରୋ : ଆଜିଠାରୁ ଦକ୍ଷିଣ ଓଡିଶାରେ ମାଓବାଦୀମାନେ ପାଳନ କରୁଛନ୍ତି ପିଏଲଜିଏ ସପ୍ତାହ । ଏଥିପାଇଁ ମାଲକାନଗିରି , କୋରାପୁଟ, ରାୟଗଡାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ଡିସେମ୍ବର ୨ ୮ ଯାଏଁ ମାଓବାଦୀମାନେ ଏହି ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି । ରାୟଗଡାର ମାଓପ୍ରବଣ ନିୟମଗିରି, କାଶୀପୁର, କଲ୍ୟାଣସିଂହପୁର ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନକ ଜୋରଦାର କରାଯାଇଛି । ପ୍ରତ୍ୟେକ ଥାନାକୁ ହାଇଆଲର୍ଟରେ ରଖାଯାଇଥିବାବେଳେ ପ୍ରବେଶ ପଂଏଟଗୁଡିକରେ ଗାଡିକୁ ଗୁଡିକର ହେଉଛି ତନ୍ନ ତନ୍ନ ଯାଂଚ । ରାୟଗଡା ଓ ମାମଲକାନଗିରିରେ ସରକାରୀ ଗାଡି ଚଳାଚଳ ବି ବନ୍ଦ ରହିଛି । ପୂର୍ବରୁ ଏହି ସପ୍ତାହ ପାଳନବେଳେ ମାଓବାଦୀମାନେ ହିଂସା ଘଟାଉଥିବାରୁ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।