କମିଲା ତେଲ ଦର ! ପେଟ୍ରୋଲ୍ ଲିଟର ପିଛା ୧.୧୨ ପଇସା ଏବଂ ଡିଜେଲ୍ ୧.୨୪ ପଇସା ହ୍ରାସ

46

କନକ ବ୍ୟୁରୋ : କମିଲା ତେଲ ଦର । ପେଟ୍ରୋଲ୍ ଲିଟର ପିଛା ୧. ୧୨ ପଇସା ଏବଂ ଡିଜେଲ୍ ୧ .୨୪ ପଇସା ଶସ୍ତା ହୋଇଛି । ସେପଟେ ଆସନ୍ତାକାଲିଠାରୁ ଆପଣ ସକାଳୁ ଜାଣିପାରିବେ ଦିନର ପେଟ୍ରୋଲ ଦର । ପ୍ରତିଦିନ ବଦଳିବ ପେଟ୍ରୋଲ୍ ଓ ଡିଜେଲ୍ ଦର । ଅନ୍ତରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ୍-ଡିଜେଲ୍ ଦରରେ ମାତ୍ର କିଛି ପଇସା ବଢିବ ଓ କମିବ । ଖୁବ୍ କମ୍ ଥର ୧ ଟଙ୍କା ଲେଖାଏଁ ବଢିବ ।

ତୈଳ ଦରରେ ଏଭଳି ପରିବର୍ତ୍ତନ ଦ୍ୱାରା ତୈଳ କଂପାନୀ ଗୁଡିକୁ ଖୁବ୍ କମ୍ କ୍ଷତି ସହିବାକୁ ପଡିବ । କିନ୍ତୁ ସାଧାରଣ ଜନତାଙ୍କ ଉପରେ ଏନେଇ ଅଧିକ ବୋଝ ପଡିପାରେ । ପେଟ୍ରୋଲର ଦାମ୍ ପ୍ରତିଦିନ ସ୍ଥିର କରାଯିବ । ଯାହାର ପ୍ରଭାବ ଜନତାଙ୍କ ଉପରେ ପଡିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ୍ ସମୟରେ ବିଭିନ୍ନ ତେଲ ବିତରଣ କମ୍ପାନୀ କେବଳ ୫ଟି ସହରକୁ ଛାଡି ସାରା ଦେଶରେ ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ୍-ଡିଜେଲ୍ ଦର ବଦଳୁଛି । କିନ୍ତୁ ୧୬ ଜୁନରୁ ପ୍ରତିଦିନ ପେଟ୍ରୋଲ୍-ଡିଜେଲ୍ ଦର ପରିବର୍ତ୍ତନ ହେବ ।