ଟାଟା ସନ୍ସର ନୂଆ ଚେୟାରମ୍ୟାନ୍ ହେବେ ନଟରାଜନ ଚନ୍ଦ୍ରଶେଖରନ୍ : ଫେବ୍ରୁଆରୀ ୨୦ରୁ ନେବେ ଦାୟିତ୍ୱ

25

କନକ ବ୍ୟୁରୋ : ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପ ଅଫ କଂପାନୀର ଅଧ୍ୟକ୍ଷ ପଦରୁ ଯିବା ପରେ ଟାଟା କନସଲଟେନ୍ସିର ସିଇଓ ନଟରାଜନ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ନୂଆ ଅଧ୍ୟକ୍ଷ କରାଯାଇଛି ।

ଗତ ଅକ୍ଟୋବରରେ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପରେ ତୁରନ୍ତ ରତନ ଟାଟାଙ୍କୁ କାମଚଳା ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା । ଦେଶର ସବୁଠୁ ବଡ ଆଇଟି କଂପାନୀ ଟିସିଏସରେ ୨୦୦୯ରୁ ସିଇଓ ଦାୟିତ୍ୱ ତୁଲାଉଛନ୍ତି ନଟରାଜନ ଚନ୍ଦ୍ରଶେଖରନ ।