ରହସ୍ୟରେ କୃତିକାଙ୍କ ମୃତ୍ୟୁର କାହାଣୀ! ମୃତ୍ୟୁ ପୂର୍ବରୁ ଇଂଷ୍ଟାଗ୍ରାମ ପୋଷ୍ଟ୍ ବଢ଼ାଇଲା ଚର୍ଚ୍ଚା । ଲେଖିଥିଲେ-ବାଏ ବାଏ ପିପୁଲ୍, ଆତ୍ମହତ୍ୟା ନେଇ ବଢ଼ିଲା ସନ୍ଦେହ!
କନକ ବ୍ୟୁରୋ: କୃତିକା ମିଶ୍ର, ବୟସ- ପ୍ରାୟ ୧୪ ବର୍ଷ ଆଉ ଅଷ୍ଟମ ଶ୍ରେଣୀ ଛାତ୍ରୀ ହେଲେ ଗତକାଲି ଅପରାହ୍ନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆପାର୍ଟମେଂଟ୍ ତଳେ ପଡିଥିଲା କୃତିକାଙ୍କ ମରଶରୀର । ପାଖରେ ପଡିଥିଲା କୃତିକାଙ୍କ କଣ୍ଢେଇ । ପ୍ରାଥମିକ ତଦନ୍ତରୁ ଜଣାପଡିଲା, ଛାତରୁ ଖସିପଡି କୃତିକା ପ୍ରାଣ ହରାଇଛନ୍ତି । ଛାତରୁ ପଡିଗଲେ ନା ଆତ୍ମହତ୍ୟା? ଇନଷ୍ଟାଗ୍ରାମ ବଢାଇଲା ଆଶଙ୍କା…
Kanak News is now on WhatsApp
Join and get latest news updates delivered to you via WhatsApp
ମୃତ୍ୟୁର କିଛି ଘଂଟା ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି କୃତିକା ଲେଖିଥିଲେ, ବାଏ ବାଏ ପିପୁଲ । ଅର୍ଥାତ୍ ସମସ୍ତଙ୍କୁ ବିଦାୟ । କୃତିକାଙ୍କ ଏହି ପୋଷ୍ଟରୁ ଆଶଙ୍କା କରାଯାଉଛି ଯେ, ସେ ଆତ୍ମହତ୍ୟା କରିବେ ବୋଲି ପୂର୍ବରୁ ନିଷ୍ପତି ନେଇସାରିଥିଲେ । ଏବେ ପ୍ରଶ୍ନ ଉଠୁଛି ଯଦି କୃତିକା ଆତ୍ମହତ୍ୟା କରିଛନ୍ତି , ତେବେ ଏହା ପଛରେ କାରଣ କଣ । ଇନ୍ଷ୍ଟାଗ୍ରାମ୍ରେ କୃତିକା ଓ ତାଙ୍କର କିଛି ବନ୍ଧୁଙ୍କ ଆଉ କିଛି ପୋଷ୍ଟରୁ ଅନୁମାନ କରାଯାଉଛି ଯେ, କୌଣସି କାରଣକୁ ନେଇ ଚାପରେ ଥିଲେ କୃତିକା । ଯାହା ବୋଧହୁଏ ତାଙ୍କୁ ବାଧ୍ୟ କରିଥିଲା ଆତ୍ମହତ୍ୟା କରିବାକୁ ।
ବିଜେଇଏମ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା କୃତିକା ଭଲ ପାଠ ପଢିବା ସହ ଶାନ୍ତ ସ୍ୱଭାବର ଥିଲେ । ସମସ୍ତଙ୍କ ପ୍ରିୟ ଥିଲେ । ତେଣୁ ପରିବାର, ପଡୋଶୀ ଏବଂ ସ୍କୁଲରେ ସମସ୍ତେ ଝୁରୁଛନ୍ତି କୃତିକାଙ୍କୁ । କୃତିକାଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ରହିଥିବା ବି ଚର୍ଚା ହେଉଛି ।