ଡେଲାଙ୍ଗ ଚାଇଁପୁର ପଂଚାୟତରେ ଅଭାବନୀୟ ଘଟଣା ! କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବୃତ୍ତଙ୍କ ଅସଦବ୍ୟବହାର ପ୍ରଦର୍ଶନ

25

କନକ ବ୍ୟୁରୋ : ପୁରୀ ଡେଲାଙ୍ଗ ଚାଇଁପୁର ପଂଚାୟତରେ ଅଭାବନୀୟ ଘଟଣା । ପଂଚାୟତ ଅଫିସ ଆଗରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ନାରାୟଣ ସନ୍ଦିରାୟଙ୍କ ଉପରକୁ କିଛି ଦୁର୍ବୃତ୍ତ ବିଷ୍ଟା ମାଡ କରିଛନ୍ତି । ସୂଚନା ଅନୁସାରେ, ପଂଚାୟତର ପୂର୍ବତନ ସଂରପଚଙ୍କ ସମର୍ଥକ କୌଣସି କାର୍ଯ୍ୟକରାଇ ନଦେବାକୁ ଆଗରୁ ଧମକଚମକ ଦେଉଥିବା ଅଭିଯୋଗ ଡେଲାଙ୍ଗ ବିଡିଓଙ୍କ ନିକଟରେ କରାଯାଇଥିଲା । ତେଣୁ ଘଟଣା ସହ ଏହାର ଲିଙ୍କ ଥିବା ସନ୍ଦେହ କରାଯାଉଛି । ବିଡିଓ ଘଟଣା ନେଇ ଡେଲାଙ୍ଗ ଥାନା, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।