ମାଲକାନଗିରିରୁ ଆନ୍ତରାଜ୍ୟ ଜାଲ୍ ନୋଟ୍ ରାକେଟ୍ ଠାବ : ୪ ଗିରଫ

33

ମାଲକାନଗିରି : ଏକ ଆନ୍ତରାଜ୍ୟ ଜାଲ ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି ମାଲକାନଗିରି ପୋଲିସ । ୧ ଲକ୍ଷ ୧୮ ହଜାର ଟଙ୍କାର ଜାଲ୍ ନୋଟ୍ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ହେଲେ ମାଲକାନଗିରିର ନୁତନ ପାଣିଗ୍ରାହୀ, ଦିପଙ୍କର ହାଲଦାର, ଜୀବନ ପାଣ୍ଡେ ଏବଂ କୋତାମେଟା ଗାଁର ମିଂଟୁ ସାହା । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ଆନ୍ଧ୍ର ପ୍ରଦେଶର ୨ ଜଣଙ୍କ ସମେତ ଆଉ ୯ ଜଣଙ୍କ ସନ୍ଧାନ ଜାରି ରଖିଛି ମାଲକାନଗିରି ପୋଲିସ ।

ଜବତ ଜାଲ ନୋଟ ମଧ୍ୟରେ ୧୦୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ ରହିଛି । ଏହା ସହ ସେମାନଙ୍କ ନିକଟରୁ ୨ ଲକ୍ଷ ୫ ହଜାର ଅସଲି ଟଙ୍କା, ୩ ଟି ମୋବାଇଲ ଫୋନ ଏବଂ ଗୋଟିଏ ମୋଟର ସାଇକଲ ମଧ୍ୟ ଜବତ ହୋଇଛି । ଏହି ଜାଲ ନୋଟ ରାକେଟ୍ ହାଇଦ୍ରାବାଦ ଦେଇ ଦେଶର ବିଭିନ୍ନ ଅଂଶରେ ସକ୍ରୀୟ ଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଆଇ.ଆଇ.ସି।