ନ୍ୟାୟାଳୟ ଦଣ୍ଡ ହେଲେ ପପୁଙ୍କୁ ଦୋଷୀ ବୋଲି ସ୍ୱୀକାର କରିବୁ : କୁନା ତ୍ରିପାଠୀ

50

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ଗିରଫ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା କୁନା ତ୍ରିପାଠୀ । କହିଛନ୍ତି ନ୍ୟାୟାଳୟ ଦଣ୍ଡ ହେଲେ ପପୁଙ୍କୁ ଦୋଷୀ ବୋଲି ସ୍ୱୀକାର କରିବୁ । ତେଣୁ ପପୁଙ୍କୁ ଗଣମାଧ୍ୟମ ନୁହେଁ ନ୍ୟାୟାଳୟ ଦଣ୍ଡ ଦେଉ । ନ୍ୟାୟାଳୟର ନିଷ୍ପତିକୁ ଆମେ ଗ୍ରହଣ କରିବୁ । ତେବେ ଏନେଇ ଆସନ୍ତାକାଲି ଫିଲ୍ମ ଆସୋସିଏସନର ବୈଠକ ହେବ । ସେଥିରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି କହିଛନ୍ତି କୁନା  ।

ସେପଟେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ମିହିର ଦାସ  । ପପୁଙ୍କ ଗିରଫକୁ ସ୍ୱାଗତ କରିବା ସହ କହିଛନ୍ତି ଯଦି ସେ ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ ।