ଏବେ ଟ୍ରେନରେ ଖାଲିଥିବା ସିଟକୁ ଅଧା ମୂଲ୍ୟରେ ପାଇବେ ଯାତ୍ରୀ ! ଆସିଲା ନୂଆ ନିୟମ

42

ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନରେ ଖାଲି ପଡ଼ିଥିବା ସିଟ୍ ଗୁଡ଼ିକୁ ଲୋକଙ୍କୁ ରିହାତିରେ ଯୋଗାଇବ ଦିଆଯିବ । ଟ୍ରେନରେ ସଂରକ୍ଷଣ ଚାର୍ଟ ତିଆରି ପରେ ଯାତ୍ରୀ ରିହାତି ସହ ଶସ୍ତାରେ ଟିକେଟ ବୁକ କରିପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରିହାତି ସୀମା ୫୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ପାରିବ । ରେଳବାଇର ଡାଇନାମିଳକ ପ୍ରାଇସିଙ୍ଗ ମଡ଼େଲ ଅନୁସାରେ ଏହି ପ୍ରକାର ପ୍ରସ୍ତାବ ମିଳିଛି । ଟ୍ରେନକୁୁ ୩ଟି ଶ୍ରେଣୀରେ ବିଭକ୍ତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆସିଛି । ଆଉ ଏନେଇ ସମୀକ୍ଷା କରୁଛି ରେଳବାଇର ଉଚ୍ଚସ୍ତରୀୟ କମିଟି । ଯାତ୍ରୀଙ୍କ ସଂଖ୍ୟା କମୁଥିବାରୁ ଏପରି ପ୍ରସ୍ତାବ ଦିଆଯାଇଛି ବୋଲି ଜଣାପଡ଼ିଛି । ଗତ ବର୍ଷ ରେଳବାଇ କିଛି ପ୍ରିିମିୟମ ଟ୍ରେନରେ ଫ୍ଲେକ୍ସି ଫେୟାର ମଡ଼େଲ ଆରମ୍ଭ କରିଥିଲେ । ଏହି ଅନୁସାରେ କିଛି ଟ୍ରେନରେ ଟ୍ରେନର ଭଡ଼ା ବଢ଼ିଥିଲା । ରେଳବାଇ ଭଲ ଆୟ କରିଥିଲେ ମଧ୍ୟ ଯାତ୍ରୀଙ୍କ ସଂଖ୍ୟା କମିଯାଇଥିଲା ।

କିଛି ଦିନ ପୂର୍ବରୁ ଖବର ଆସିଥିଲା ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଥିଲେ, ଏବେ ରେଳଯାତ୍ରାର ଭଡ଼ା ବିମାନ ଯାତ୍ରାର ମଡ଼େଲ ପରି ପ୍ରସ୍ତୁତ ହେବ । ଏହାଦ୍ୱାରା ଭଢ଼ା ବଢ଼ିବ ଆଉ କମିବ ମଧ୍ୟ । ଅର୍ଥାତ୍ ସିଟ୍ ଖାଲି ହେଲେ ଯାତ୍ରୀଙ୍କୁ ଭଡ଼ାରେ ରିହାତି ମିଳିବ । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ଯାତ୍ରୀଙ୍କ ସୁବିଧା, ସମୟ ଓ କ୍ୟାଟରିଙ୍ଗ ସୁବିଧା ଆଧାରରେ ୩ ଶ୍ରେଣୀରେ ଟ୍ରେନକୁ ବିଭକ୍ତ କରାଯିବ । ଯେଉଁଠି ସୁପର ପ୍ରିମିୟମ୍, ପ୍ରିମିୟମ୍, ଓ ନନ୍ ପ୍ରିୟିୟମ୍ ଟ୍ରେନ ରହିବ । ଏହା ବ୍ୟତୀତ ପୁରା ବର୍ଷରେ ଛୁଟି, ଉତ୍ସବ, ପରୀକ୍ଷା ଆଦି ସମୟରେ ମଧ୍ୟ ଟ୍ରେନକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯିବ ।