ଶୋ’ ଚାଲିଥିବା ସମୟରେ ଦୁଇ ଜଜଙ୍କ ମଧ୍ୟରେ ଲାଗିଲା ଝଗଡା ! ପ୍ରତିଯୋଗୀଙ୍କ ଆଖିରେ ଆସିଲା ଲୁହ । 

43

ପପୁଲାର ସିଙ୍ଗର ନେହା କକ୍କର ଏବେ ଇଣ୍ଡିଆନ ଆଇଡଲରେ ଜଜ ଭାବରେ ନଜର ଆସୁଛନ୍ତି । ନେହାଙ୍କ ବ୍ୟତୀତ ଗାୟକ ଅନୁ ମଲ୍ଲିକ ଏବଂ ବିଶାଲ ଡଡଲାନି ମଧ୍ୟ ଜଜ ଭାବରେ ନଜର ଆସୁଛନ୍ତି । ଗତ ଏପିସୋଡରେ ଜଣେ ପ୍ରତିଯୋଗୀଙ୍କୁ ନେଇ ନେହା ଏବଂ ଅନୁଙ୍କ ମଧ୍ୟରେ ଝଗଡ଼ା ହେବାକୁ ଲାଗିଲା । ଏହାପରେ ନେହା ସିଟ ଛାଡ଼ି ଷ୍ଟେଜ ପଛକୁ ଚାଲିଗଲେ । ନେହା ଅନୁଙ୍କୁ କହିଲେ ଯେ ଆପଣ ସମସ୍ତ କଥାରେ ଅରାଜି ହେଉଛନ୍ତି । ଯାହା ନ ହେବା ଉଚିତ । ଏହାପରେ ଅନୁ କହୁଛନ୍ତି ଯେ ମୁଁ ମ୍ୟୁଜିକ ବୁଝିପାରେ । ମୁଁ ୪୦ ବର୍ଷ ହେବ ଗୀତ ଗାଉଛି । ଏହାପରେ ବ୍ୟାକ ଗ୍ରାଉଣ୍ଡରୁ ନେହା କହୁଛନ୍ତି ଯେ ମୁଁ ଆଜି ପର୍ୟ୍ୟନ୍ତ ଯେତେ ଗୀତ ଗାଇଛି ସବୁ ହିଟ ହୋଇଛି । ଅନୁ କହୁଛନ୍ତି ମୋର ସବୁ ଗୀତ ସୁପରହିଟ ହୋଇଛି । ନେହା କହୁଛନ୍ତି ମୋତେ ୪୦ ବର୍ଷ ହୋଇନାହିଁ । ୪୦ ବର୍ଷର ଅଭିଜ୍ଞତା କେଉଁଠାରୁ ଆଣିବି । ଏହାପରେ ବିଶାଲ ଅନୁଙ୍କୁ ବୁଝାଇଛନ୍ତି । ଦୁଇ ଜଜଙ୍କ ମଧ୍ୟରେ ଚାଲିଥିବା ଏଭଳି ଝଗଡା ପ୍ରତିଯୋଗୀଙ୍କୁ କାନ୍ଦିବାରେ ବାଧ୍ୟ କରିଛି ।

ତେବେ ବାସ୍ତବରେ ଏହା ସତ୍ୟ ନଥିଲା ରାଜସ୍ଥାନର ରେଣୁନଗରରୁ ଆସିଥିବା ଜଣେ ପ୍ରତିଯୋଗୀଙ୍କ ଗୀତ ସେମାନଙ୍କୁ ଭଲ ଲାଗିଥିଲା । ସେମାନେ ଏହା ମଜାରେ କରୁଥିଲେ । ଏହା ପରେ ରେଣୁଙ୍କୁ ୩ ଜଣ ଗୋଲଡେନ ଟିକେଟ ଦେଇଥିଲେ ।