ଗ୍ୟାସ ରଖିବା ପୂର୍ବରୁ ଓଜନ କରନ୍ତୁ ନହେଲେ ହୋଇପାରନ୍ତି ଠକାମିର ଶିକାର ! ଗ୍ୟାସ ସିଲିଣ୍ଡରରେ ହେଉଛି ଠକାମି, ପ୍ରତି ସିଲିଣ୍ଡରରେ ୨-୪ କିଲୋ ଗ୍ୟାସ ହଡପ ।

67

ଉପଭୋକ୍ତାଙ୍କ ଘରେ ପହଞ୍ଚୁଥିବା ଗ୍ୟାସ ସିଲିଣ୍ଡରରେ କେତେ କିଲୋଗ୍ରାମର ରହିବା କଥା ତାହା ପୂର୍ବରୁ ନିର୍ଧାରିତ କରାଯାଇଛି । ସେଥିପାଇଁ ଉପଭୋକ୍ତାଙ୍କ ଘରେ ଗ୍ୟାସ ପହଞ୍ଚିବା ପରେ ଗ୍ରାହକ ମାନେ ସିଲିଣ୍ଡରରେ କେତେ କିଲୋଗ୍ରାମ ଗ୍ୟାସ ରହିଛି ତାହା ଯାଞ୍ଚ ନକରି କ୍ରୟ କରିଥାନ୍ତି । ଏହାର ସୁଯୋଗ ନେଇ ଗ୍ୟାସ ଏଜେନ୍ସି ମାନେ ସିଲିଣ୍ଡରରୁ ୨-୪ କିଲୋ ଗ୍ୟାସ ବାହାର କରି ସେହି ଗ୍ୟାସକୁ ଆଉଏକ ସିଲିଣ୍ଡରରେ ଭର୍ତ୍ତିକରୁଛନ୍ତି । ଏବଂ ସେହି ଗ୍ୟାସ ସିଲିଣ୍ଡରକୁ ୮ଶହ ରୁ ୯ ଶହ ଟଙ୍କା ନେଇ ଅବୈଧ ଭାବେ ବଜାରରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି ।

ଗ୍ୟାସ ଚୋରି ହେଉଥିବା ଘଟଣା ଉପରୁ ସେତେବେଳେ ପରଦା ଉଠିଥିଲା ଯେତେବେଳେ କୋଲାରର ଇଣ୍ଡେନ ଗ୍ୟାସ ଏଜେନ୍ସି ବିରୁଦ୍ଧରେ ଅଭିଯୋଗ ଆସିବା କ୍ରମେ ଘଟଣାର ଯାଞ୍ଚ କରାଯାଇଥିଲା । ଯାଞ୍ଚରୁ ଜଣାପଡିଥିଲା ଗ୍ୟାସ ଏଜେନ୍ସି ମାନେ ପ୍ରତ୍ୟେକ ସିଲିଣ୍ଡରରୁ ୨-୪ କିଲୋ ଗ୍ୟାସ ବହାର କରି କମ ଓଜନର ଗ୍ୟାସ ଉପଭୋକ୍ତା ମାନଙ୍କୁ ସପ୍ଲାଏ କରୁଛନ୍ତି । ଉପଭୋକ୍ତାଙ୍କ ଅଭିଯୋଗ ପରେ ଏହି ମାମଲା ବିଚାର ଏବେ କଲେକ୍ଟର କୋର୍ଟରେ ଚାଲିଛି ।

ସୂଚନା ମୁତାବକ, ଉପଭୋକ୍ତାଙ୍କୁ ଗ୍ୟାସ ଦିଆଯିବା ସମୟରେ ଗ୍ୟାସକୁ ଓଜନ କରି ଦିଆଯାଇନଥାଏ । ଉପଭୋକ୍ତା ମାନେ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କୁ ଓଜନ କରିବା କଥା କହିଲେ ସେମାନେ ପାଖରେ ମେସିନ ନାହିଁ କହି ଗ୍ରାହକଙ୍କ କଥାକୁ ଟାଳିଦେଇଥାନ୍ତି । ଯହାଫଳରେ ଗ୍ରାହକମାନେ ଠକାମିର ଶିକାର ହୋଇଥାନ୍ତି । ତେଣୁ ଏହାକୁ ଦୃଷ୍ଟରେ ରଖି ପ୍ରତ୍ୟେକଟି ଏଜେନ୍ସି ସପ୍ଲାୟର ମାନଙ୍କୁ ଓଜନ ମେସିନ ଉପଲବ୍ଧ କରାଇବା ପାଇଁ ନିର୍ଦେଶ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟ ।

ଯଦି ଗ୍ରାହକମାନଙ୍କୁ ଗ୍ୟାସ କମ ଥିବାର ସନ୍ଦେହ ହୁଏ ତେବେ ଉପଭୋକ୍ତାମାନେ ସିଧାସଳଖ ଏଜେନ୍ସି ସହ ଯୋଗା ଯୋଗ କରି ଠକାମି ସମ୍ପର୍କରେ ଅଭିଯୋଗ କରିପାରିବେ । ଯଦି ଏଜେନ୍ସି ଗ୍ରାହକଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ହେଲ୍ପଲାଇନ ୧୮୧କୁ କଲ କରି ଅଭିଯୋଗ କରିପାରିବେ ।