ଟିଟୋ ଲିଙ୍କ ନେଇ ବାପୁ ପରିଡାକୁ କ୍ଲିନଚିଟ୍ ଦେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ! ନେତା-ଅପରାଧୀ ସଂପର୍କ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ବାପି ସର୍ଖେଲ ।

26

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟ ଖୋଳତାଡ଼ ଚାଲିଥିବା ବେଳେ ଏହା ଭିତରକୁ ପଶିଛି ପଲିଟିକ୍ସ । ଟିଟୋର ଡାହାଣ ହାତ ଭାବେ ପାରାଦୀପରେ ଅପରାଧ ଚଳାଇଥିବା ଅଭିଯୋଗରେ ବାପୁ ପରିଡ଼ା ଗିରଫ ହେବା ପରେ ଚିହିଁକି ଉଠିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ । ବାପୁ ପରିଡ଼ାକୁ କ୍ଲିନଚିଟ୍ ଦେବା ସହ କ୍ରାଇମବ୍ରାଂଚ ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ସେପଟେ ବାପୁ ପରିଡା ସହ ଦାମ ରାଉତଙ୍କ ସମ୍ପର୍କକୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦାମବାବୁ । କାହିଁକି ବାପି ସର୍ଖେଲ, ସନ୍ତୋଷ ପଟ୍ଟନାୟକ ଓ ଖଲିଦଙ୍କ ବିଷୟରେ ଏସଟିଏଫ୍ ତଦନ୍ତ କରୁନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଦାମବାବୁ ।

ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟ ଖୋଳତାଡ଼ ଚାଲିଥିବା ବେଳେ ଏହା ଭିତରକୁ ପଶିଛି ପଲିଟିକ୍ସ । ଟିଟୋର ଡାହାଣ ହାତ ଭାବେ ପାରାଦୀପରେ ଅପରାଧ ଚଳାଇଥିବା ଅଭିଯୋଗରେ ବାପୁ ପରିଡ଼ା ଗିରଫ ହେବା ପରେ ଚିହିଁକି ଉଠିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ । ବାପୁ ପରିଡ଼ାକୁ କ୍ଲିନଚିଟ୍ ଦେବା ସହ କ୍ରାଇମବ୍ରାଂଚ ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ସେପଟେ ବାପୁ ପରିଡା ସହ ଦାମ ରାଉତଙ୍କ ସମ୍ପର୍କକୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦାମବାବୁ । କାହିଁକି ବାପି ସର୍ଖେଲ-ସନ୍ତୋଷ ପଟ୍ଟନାୟକ-ଖଲିଦଙ୍କ ବିଷୟରେ ଏସଟିଏଫ୍ ତଦନ୍ତ କରୁନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଦାମବାବୁ ।

ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ଦୁନିଆର ଖୋଳତାଡ କରୁଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବାପୁ ପରିଡ଼ାକ୍ୁ ଗିରଫ କରିଛି ଏସଟିଏଫ୍ । ତେବେ ଏହି ଗିରଫଦାରି ପରେ ହଠାତ୍ ଏହି ଘଟଣାରେ ଆସିଛି ପଲିଟିକାଲ୍ ଟ୍ୱିଷ୍ଟ । କାରଣ ଏହାକୁ ଗ୍ରହଣ କରି ପାରିନାହାନ୍ତି ପାରାଦୀପ-ଏରସମା ବିଧାୟକ ଦାମ ରାଉତ । ଦାଦାବଟି, ହତ୍ୟା, ଗୁଳିମାଡ଼, ଡକାୟତି ଭଳି ୨୮ଟି ସଂଗୀନ ମାମଲା ରହିଛି ବାପୁ ପରିଡ଼ା ନାଁରେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଭଳି ଜଣେ ଅପରାଧୀକୁ ନିଜ ଆଡୁ ସାର୍ଟିଫିକେଟ୍ ଦେଇଛନ୍ତି ଦାମବାବୁ । ପାରଦୀପ, କୁଜଙ୍ଗ ଥାନା ସମେତ କଟକ ଚାଉଳିଆଗଂଜ ଥାନାରେ ବି ରହିଛି ବାପୁ ନାଁରେ ମାମଲା । ଟିଟୋ ଲିଙ୍କରେ ବାରମ୍ବାର ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲଣ କରିଛି ଏସଟିଏଫ୍ । ହେଲେ ଏସଟିଏଫର କାର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ଦାମ ରାଉତ ।

ନିଜ ଆଡୁ ଦାମବାବୁ ଏହି ପ୍ରସଙ୍ଗରେ ପଶିଯିବା ପରେ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି ତାଙ୍କର ପ୍ରତିଦ୍ୱନ୍ଦୀ । ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାପୁ ପରିଡା ସହ ଦାମ ରାଉତଙ୍କ ସମ୍ପର୍କକୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍କେଲ । ସେ କହିଛନ୍ତି, ପାରାଦୀପ ଅପରାଧ ସିଣ୍ଡିକେଟର ରିଙ୍ଗ-ମାଷ୍ଟର ହେଉଛନ୍ତି ଦାମବାବୁ । ପ୍ରେସମିଟରେ ଦାମ ରାଉତ ଓ ବାପୁ ପରିଡାଙ୍କ ଏକାଠି ଫଟୋ ଦେଖାଇ ଦୁଇ ଜଣଙ୍କ ଘନିଷ୍ଠ ସଂପର୍କ ଥିବା ଦର୍ଶାଇଛନ୍ତି ବାପି ସର୍ଖେଲ ।

ଦାମ ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ବି ଟାର୍ଗେଟ କରିଛନ୍ତି ବାପି ସର୍ଖେଲ ।  ସେ କହିଛନ୍ତି ଦାମ ବାବୁ ଓ ତାଙ୍କ ପୁଅଙ୍କ ସହ ବାପୁ ପରିଡାର କି ସମ୍ପର୍କ ରହିଛି, ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବ । ସେପଟେ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦାମବାବୁ । ବଡ଼ ମାଛକୁ ଛାଡି ଛୋଟ ମାଛକୁ ଟାର୍ଗେଟ କରୁଛି ଏସଟିଏଫ । କାହିଁକି ବାପି ସର୍ଖେଲ-ସନ୍ତୋଷ ପଟ୍ଟନାୟକ-ଖଲିଦଙ୍କ ବିଷୟରେ ତଦନ୍ତ କରୁନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଯଦି ତାକତ ଅଛି ତାଙ୍କୁ ଓ ତାଙ୍କ ପୁଅଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାମ ଦମ୍ଭୋକ୍ତି ଦେଖାଇଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ଦାମ ରାଉତ ଓ ବାପି ସର୍କେଲଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜୋର ଧରିଥିବା ବେଳେ ଏହା ମଧ୍ୟକୁ ଧସେଇ ପଶିଛନ୍ତି ବିଷ୍ଣୁ ଦାସ । ଦାମଙ୍କ ବିରୋଧରେ ପ୍ରମାଣ ମିଳିଲେ ଜିଲ୍ଲା ସଭାପତି ଭାବେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ବିଷ୍ଣୁ  ଦାସ । ତେବେ ଏହି ଆରୋପ-ପ୍ରତ୍ୟାରୋପ ଯେତିକି ରୋଚକ ହେବାରେ ଲାଗିଛି, ଟିଟୋର ପଲିଟିକାଲ୍ ଲିଙ୍କ୍ ନେଇ ସେତିକି ସନ୍ଦେହ ଘନିଭୁତ ହେବାରେ ଲାଗିଛି ।