ଛତିଶଗଡର ଦାଦାଗିରି : ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ କୋରାପୁଟର ଦୁଇ ଯୁବକଙ୍କୁ ଉଠାଇନେଲା ପୁଲିସ୍

31

କନକ ବ୍ୟୁରୋ : ଓଡିଶାରେ ପଶିଲେ, ଓଡିଶାର ଯୁବକଙ୍କୁ ଉଠାଇନେଲେ । ହେଲେ ଓଡିଶା ପୁଲିସ କି ଅଦାଲତଙ୍କୁ ଜଣାଇଲେ ନାହିଁ । ମହାନଦୀ ପରେ ମାଓ ଦମନ ନାଁରେ ଛତିଶଗଡର ଦାଦାଗିରି । ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡର ଦୁଇ ଯୁବକଙ୍କୁ ଛତିଶଗଡ ପୁଲିସ ଗିରଫ କରିଛି । ଯାହାକୁ ମିଛ ବୋଲି କହି ପରିବାର ଲୋକେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ପୁଲିସ କହିଛି, ଗିରଫଦାରୀ ସଂପର୍କରେ କିଛି ଜାଣିନାହାଁନ୍ତି ।