ଆଇପିଏଲ ଫାଇନାଲ ଫାଇଟ୍ ! ଟସ୍ ଜିତି ଚେନ୍ନାଇର ପ୍ରଥମେ ବୋଲିଂ ନିଷ୍ପତ୍ତି ।

23

ଆଜି ଆଇପିଏଲ୍ ସିଜିନ୍-୧୧ର ଫାଇନାଲ ଟକ୍କର । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ । ସନ୍ଧ୍ୟା ୭ଟାରେ ହେବ ମହା ମୁକାବିଲା । ତେବେ ଚେନ୍ନାଇ ସୁପରକିଙ୍ଗସ ପ୍ରଥମେ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଲିଗ୍ ଶେଷରେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି ଦୁଇ ଦଳ । ତେଣୁ କଡା ପଡିଆରେ କଡା ଟକ୍କର ହୋଇପାରେ ।

ଚେନ୍ନାଇ ତୃତୀୟ ଥର ପାଇଁ ଟାଇଟଲ ହାତେଇବା ଲକ୍ଷ୍ୟରେ ଥିବାବେଳେ ହାଇଦ୍ରାବାଦ ତିନି ବର୍ଷ ଭିତରେ ଦ୍ୱିତୀୟ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ଚେନାଇ ୨୦୧୦, ୨୦୧୧ରେ ଲଗାତାର ଭାବରେ ଟ୍ରଫି ଜିତିଥିଲା । ନିଲମ୍ବିତ ଚେନାଇର ଅନୁପସ୍ଥିତିରେ ୨୦୧୬ରେ ହାଇଦ୍ରାବାଦ ପ୍ରଥମ ଥର ପାଇଁ ଟାଇଟଲ ବିଜେତା ହୋଇଥିଲା । ଏବେ ୨ବର୍ଷର ନିଲମ୍ବନ ପରେ ଫେରିଥିବା ଚେନ୍ନାଇ ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ କରି ଆଉ ଏକ ମୁକୁଟର ଦ୍ୱାରଦେଶରେ ପହଁଚିଛି । ସେହିପରି ଚେନାଇ ୯ଥର ଖେଳି ୭ଥର ଫାଇନାଲକୁ ଯାଇଥିବାବେଳେ ହାଇଦ୍ରାବାଦ ୬ଥର ଖେଳି ଦ୍ୱିତୀୟ ଥର ଫାଇନାଲକୁ ଆସିଛି । ତେବେ ଏପର୍ୟ୍ୟନ୍ତ ଉଭୟ ଦଳ ମଧ୍ୟରେ ହୋଇଥିବା ୯ଟି ମ୍ୟାଚ୍ରୁ ୭ଟିରେ ଚେନାଇ ଜିତିଥିବାବେଳେ ହାଇଦ୍ରାବାଦ ୨ଟିରେ ବିଜୟୀ ହୋଇଛି ।