ଉପରେ ଲୁଣ ଭିତରେ ଗଞ୍ଜେଇ ! ପୋଲିସକୁ ଚକମା ଦେବାକୁ ନିଆରା ଢ଼ଙ୍ଗରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ

83

କନକ ବ୍ୟୁରୋ : ଉପରେ ଲୁଣ ଭିତରେ ଗଞ୍ଜେଇ । କେହି ଯେମିତି ଗଞ୍ଜେଇର ସୁରାକ ନ ପାଇବେ ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସହ ହେଉଥିଲା ଚୋରାଚାଲାଣ । କିନ୍ତୁ ପୋଲିସ ରାଡ଼ାରରୁ ଖସି ପାରିନଥିଲେ ଚୋରା ଚାଲାଣକାରୀ । ଜବତ ହେଲା ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ । ଲୁଣ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ନାର୍କୋଟିକ୍ ଓ ଓରକେଲ ପୋଲିସ୍ । ଗଞ୍ଜେଇର ପରିମାଣ ପ୍ରାୟ ଦେଢ଼ ଟନ୍ ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଦେଇ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଅନ୍ୟପଟେ କୋରାପୁଟରେ ମଧ୍ୟ ଆଜି ଗଂଜେଇ ଜବତ ହୋଇଛି । କୋରାପୁଟ ରେଲ-ୱେ କଲୋନି ନିକଟରୁ ଏକ କାର୍ ଭିତରୁ ପ୍ରାୟ ଦେଢଶହ କିଲୋଗ୍ରାମ ଗଂଜେଇ ଜବତ କରିଛି ଟାଉନଥାନା ପୁଲିସ । ୪୬ଟି ପ୍ୟାକେଟ୍ ପ୍ରାୟ ୪ ଲକ୍ଷ ଟଙ୍କାର ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି ।