ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ସବୁ କିଛି : ଅନ୍ୟଙ୍କ ପାଇଁ ଉଦାହରଣ ସାଜିଲେ ବସ୍ ଡ୍ରାଇଭରଙ୍କ ପୁଅ । ସିବିଏସଇ ଟପର ହୋଇ ରଖିଲେ ମା ବାପାଙ୍କ ମାନ

33

ଯେଉଁ ଛାତ୍ରମାନେ ଜୀବନରେ କିଛି କରିବାକୁ ଚାହାଁନ୍ତି, ସେମାନେ ନିଜ ଲକ୍ଷ୍ୟ ହାସଲ କରି ହିଁ ନିଅନ୍ତି । ୨୬ ମେ ରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ବାହାରି ଥିଲା । ଯେଉଁଥିରେ ଦିଲ୍ଲୀର ଡିଟିସି ବସ୍ ଡ୍ରାଇଭରଙ୍କ ପୁଅ ପ୍ରଥମ ସ୍ଥାନ ହାସଲ କରି ଟପର୍ ଲିଷ୍ଟରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ପ୍ରିଂସ ଦିଲ୍ଲୀର ସରକାରୀ ସ୍କୁଲରେ ବିଜ୍ଞାନ ବିଭାଗରେ ଟପ୍ କରିଛନ୍ତି ।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ପ୍ରିଂସକୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରି ଲେଖିଲେ, ବହୁତ ଗର୍ବର ସମୟ । ଦିଲ୍ଲୀ ସରକାରଙ୍କ ସ୍କୁଲଗୁଡିକର ବିଜ୍ଞାନ ବିଭାଗର ଟପର୍ ପ୍ରିଂସ କୁମାରଙ୍କୁ ଶୁଭେଚ୍ଛା । ପ୍ରିଂସ ବୋର୍ଡ ପରୀକ୍ଷାରେ ୯୭ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ତାଙ୍କୁ ଗଣିତରେ ୧୦୦, ଅର୍ଥନୀତିରେ ୯୯ ଏବଂ ପଦାର୍ଥ ବିଜ୍ଞାନରେ ୯୮ ନମ୍ବର ମିଳିଛି । ସେପରି ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ଝିଅ ପ୍ରାଚୀ ପ୍ରକାଶ ବାଣିଜ୍ୟ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।