ବ୍ଲକବାଷ୍ଟର ସିନେମା ବାହୁବଲୀକୁ ନେଇ ପ୍ରସ୍ତୁତ ହେବ ୱେବ୍ ସିରିଜ୍ ! ଭିନ୍ନ ମନୋରଞ୍ଜନର ସ୍ୱାଦ ଚାଖିବେ ଦର୍ଶକ ।

53

ବ୍ଲକବାଷ୍ଟର ଫିଲ୍ମ ବାହୁବଲୀର ନିର୍ମାତା ଏସ୍ ଏସ୍ ରାଜମୌଲୀ ଏବେ ଏକ ୱେବସିରିଜ ଆରମ୍ଭ କରିବାକୁ ଯୋଜନା ବନାଇଛନ୍ତି । ବାହୁବଲୀର ଦୁଇଟି ଯାକ ଭାଗ ଉତ୍ତମ ସଫଳତା ପାଇଲା ପରେ ଏବେ ଏହି ଫିଲ୍ମକୁ ୱେବ ସିରିଜରେ ପରିବର୍ତ୍ତନ କରାଯିବ । ଏହି ୱେବ ସିରିଜ ପାଇଁ ଫିଲ୍ମର ଜଣେ ଖାସ କଳାକାରଙ୍କୁ ଚୟନ କରାଯାଉଛି ।ବାହୁବଲୀର ଶିବଗାମୀ ଭୂମିକା ଉପରେ ୱେବ ସିରିଜ ପ୍ରସ୍ତୁତ କରିବା ପାଇଁ ହେଉଥିବା ପ୍ଲାନିଂରେ ପ୍ରଥମେ ଏହି ସିଜନରେ ୧୦ଟି ଅଧ୍ୟାୟ ରହିବ, ଯେଉଁଥିରେ ଶିବଗାମୀଙ୍କ ପୂର୍ବ ଜୀବନ କାହାଣୀ ଉପରେ କୁହାଯିବ ।ଫିଲ୍ମରେ ରାମ୍ୟା କୃଷ୍ଣାନ ଶିବଗାମୀଙ୍କ ଭୂମିକାରେ ନଜର ଆସିଥିଲେ । ଏହି ୱେବ ସିରିଜର ସୁଟିଂ ଅଗଷ୍ଟ ମାସରେ ଆରମ୍ଭ କରାଯିବ, ଏହି ଫିଲ୍ମର ଅଧିକତଃ ସୁଟିଂ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ କରାଯିବ । ଏବେ ଏହି ୱେବ ସିରିଜ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଉଛି ।
ଏଠାରେ ଆମେ କହି ରଖୁଛୁ ଯେ ବାହୁବଲୀ କମିକ୍ସ ବୁକ, ଭିଡିଓ ଗେମ୍ସ, ନୋବେଲ ଏବଂ ଆନିମେଶନ ଆଦି ପ୍ରସ୍ତୁତ ହୋଇସାରିଲାଣି ।