ବିଏମସିର ଅଳିଆ ପରିଚାଳନା ଚିନ୍ତା : ଦେଢବର୍ଷ ମଧ୍ୟରେ ୨୦୦ କୋଟି ଟଙ୍କାରେ ନିର୍ମାଣ ହେବ ଟ୍ରିଟମେଂଟ ପ୍ଲାଂଟ

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଳିଆକୁ ନେଇ ଅଡୁଆ ବଢୁଥିବା ବେଳେ ଏବେ ସରକାରଙ୍କ ଚେତା ପଶିଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ଓ ଅଶାନ୍ତ ଦାରୁଠେଙ୍ଗର ସ୍ଥିତିକୁ ଦେଖି ଶୀଘ୍ର ୱେଷ୍ଟ ଟୁ ଏନାର୍ଜି ପ୍ଲାଂଟ କାର୍ଯ୍ୟସାରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରି ୱେଷ୍ଟ ଟୁ ଏନାର୍ଜି ପ୍ଲାଂଟର ଚୁଡାନ୍ତ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । ହେଲେ ପ୍ରଶ୍ନ ଉଠୁଛି ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ କେତେ ସମୟ ନେବେ ସରକାର । ଭୁବନେଶ୍ୱର ଉପକଂଠରେ ଏହି ପ୍ଲାଂଟ ତିଆରି କରିବା ପାଇଁ ଜାପାନର ହିଟାଚି କମ୍ପାନୀକୁ ଟେଣ୍ଡର ଦିଆଯାଇଛି । ଆଉ ପ୍ଲାଂଟ ତିଆରିର ବ୍ଲୁ ପ୍ରିଂଟ ବି ପ୍ରସ୍ତୁତ ସରିଛି ।