କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନାରେ ଏକ ବଡ ଧରଣର ଆର୍ଥିକ ଅନିୟମିତତା ନେଇ ସାଂଘାତିକ ଅଭିଯୋଗ ଆସିଛି । ଶହେ କୋଟିର ଆର୍ଥିକ ଅନିୟମିତତା ନେଇ ଅଡିଟର ଜେନେରାଲଙ୍କ ରିପୋର୍ଟରେ ଏନେଇ ସୂଚନା ରହିଛି । ଗତ୨୦୧୫ ଡିସେମ୍ବରରେ ଏହି ରିପୋର୍ଟ ଦେଇଛନ୍ତି ଅଡିଟର ଜେନେରାଲ । ବରିଷ୍ଠ ନେତା ବିଜୟ ମହାପାତ୍ର, ଆଜି ଗଣମାଧ୍ୟମକୁ ଏସଂପର୍କରେ ଅବଗତ କରିବା ସହ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବା ପାଇଁ ଦାବି କରିଛନ୍ତି ।