ବାଙ୍କି ରାଜାଙ୍କ ରାଜ୍ୟାଭିଷେକ: ନୂଆ ରାଜା ହେଲେ ଦୁର୍ଗାମାଧବ ଟିକାୟତ

ବାଙ୍କୀଗଡରେ ରାଜଗୁରୁ, ରାଜ ପୁରୋହିତଙ୍କ ଉପସ୍ଥିତିରେ ହେଲା ଅଭିଷେକ

180

କନକ ବ୍ୟୁରୋ: ବାଙ୍କୀରେ ହୋଇଛି ନୂଆ ରାଜାଙ୍କ ଅଭିଷେକ । ନୂଆ ରାଜା ହୋଇଛନ୍ତି ଦୁର୍ଗାମାଧବ ଟୀକାୟତ ।  ମା ଚର୍ଚ୍ଚିକାଙ୍କ ଆଦ୍ୟସେବକ ବାଙ୍କୀ ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ଶନିବାର ସକାଳେ ପରଲୋକ ପରେ ନୂଆ ରାଜାଙ୍କ ଅଭିଷେକ ହୋଇଛି । ବାଙ୍କୀଗଡରେ ଦୁର୍ଗାମାଧବ ଟିକାୟତଙ୍କୁ ରାଜଗୁରୁ ରାଜାଭିଷେକ କରାଇଥିଲେ ।

ବାଙ୍କୀର ୨୭ତମ ରାଜା ଭାବେ ଦୁର୍ଗାମାଧବ ଟିକାୟତ ଦାୟିତ୍ୱ ନେବାପରେ  ରାଜ ଦରବାର ବି ବସିଥିଲା । ଏଥିରେ ବାଙ୍କୀର ରାଜଗୁରୁ, ରାଜପୁରୋହିତ  ଉପସ୍ଥିତ ଥିଲେ । ଶନିବାରଦିନ ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା ।